ଅନୁଷ୍କା ଶର୍ମା ମୋ ପାଇଁ ଲକିଚାର୍ମ, କହିଲେ ବିରାଟ କୋହଲି !

35

ବିରାଟ ପ୍ରଥମ ଥର ପାଇଁ ଅନୁଷ୍କାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ତାଙ୍କ ପାଇଁ ଅନୁଷ୍କା ଶର୍ମା କେତେ ମହତ୍ତ୍ୱପୂର୍ଣ ସେ ଏହି ବିଷୟରେ ଖୋଲାଖୋଲି ଆଲୋଚନା ମଧ୍ୟ କରିଛନ୍ତି । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ ଅନୁଷ୍କାଙ୍କୁ ନେଇ ଅନେକ କଥା କହିଛନ୍ତି । ଆଗରୁ ଅନୁଷ୍କା ଓ ବିରାଟ ଏକାଠି ଦେଖାଗଲେ ମଧ୍ୟ ନିଜର ପ୍ରେମ ସମ୍ପର୍କକୁ ନେଇ ଖୋଲାଖୋଲି କିଛି ପ୍ରକାଶ କରୁନଥିଲେ ।

କେବଳ ଏତିକି ନୁହଁ ବିରାଟ କହିଛନ୍ତି ଅନୁଷ୍କା ତାଙ୍କ ପାଇଁ ଲକିଚାର୍ମ । ଏହାସହ ସେ କହିଛନ୍ତି, ତାଙ୍କୁୁ ଯେତେବେଳେ ଟିମ ଇଣ୍ଡିଆର କ୍ୟାପଟେନ ଘୋଷଣା କରାଗଲା ସେତେବେଳ ମଧ୍ୟ ଅନୁଷ୍କା ତାଙ୍କ ପାଖରେ ଥିଲେ ଏବଂ ଏକଥା ଶୁଣି ଅନୁଷ୍କା ବହୁତ ଖୁସି ହୋଇଯାଇଥିଲେ ।