ବିରାଟ କରିବେ ‘ଫିଲୋରୀ’ର ପ୍ରମୋଶନ !

31

ବଲିଉଡ୍ ସିନେମା ‘ଫିଲୋରୀ’କୁ ନେଇ ଅନୁଷ୍କା ଶର୍ମା ଅଧିକ ଉତ୍ସାହିତ ଥିବାର ଖବର ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ ଆଉ ମଧ୍ୟ ଶୁଣିବାକୁ ମିଳିଛି କି ଅନୁଷ୍କାଙ୍କ ଏହି ସିନେମାର ପ୍ରମୋସନରେ ନଜର ଆସିବେ ତାଙ୍କର ପ୍ରେମିକ ବିରାଟ କୋହଲି । ଏହି ଦୁଇଜଣ ତାଙ୍କ ପ୍ରେମ ସଂପର୍କକୁ ଅଫିସିୟାଲି ଗ୍ରହଣ ନକଲେ ଭି ଦୁଇଜଣ ଦୁଇଜଣଙ୍କୁ ଅନେକ ମାତ୍ରାରେ ସହଯୋଗ କରୁଥିବାର ଦେଖିବାକୁ ମିଳିଛି ।

ତେବେ ବିରାଟ କିନ୍ତୁ ଏହି ସିନେମାର ପ୍ରମୋସନ କେମିତି କରିବେ ଏପର୍ଯ୍ୟନ୍ତ କୌଣସି ଯୋଜନା କରି ନାହାନ୍ତି । ମାତ୍ର ସେ ଡିଜିଟାଲ ମିଡ଼ିଆର ବ୍ୟବହାର କରି ସିନେମାଟିର ପ୍ରମୋଶନ କରିବେ ବୋଲି ସୂଚନା ମିଳିଛି ।