କ୍ରିକେଟ ବଲିଉଡର ମିକ୍ସଡ ଡବଲ୍ସ , ଇଟାଲୀରେ ହେଲେ ଜନ୍ମ ଜନ୍ମର ସାଥୀ । ଅଭିନନ୍ଦନ ବିରୁଷ୍କା

70

ଦୀର୍ଘ ସମୟର ଅପେକ୍ଷା ଏବଂ ଗୋଟିଏ ସପ୍ତାହର ହେଡଲାଇନ ଅପଡେଟ ପରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଇଟାଲୀର ମିଲାନ ସହରରେ ଏହି ଷ୍ଟାର ସେଲିବ୍ରିଟି ହାତକୁ ଦୁଇହାତ ହୋଇଛନ୍ତି । ଏନେଇ ଟ୍ୱିଟର ପେଜରେ ନିଜର ବିବାହର ଫଟୋ ସେୟାର କରିଛନ୍ତି କୋହଲି । ଭାରତର ପାରମ୍ପରିକ ପୋଷାକରେ ଉଭୟ ନଜରକୁ ଆସିଛନ୍ତି । ଅନୁଷ୍କା ଗୋଲଡେନ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ବିରାଟ ଗୋଲଡେନ ରଙ୍ଗର ଶେରୱାନିରେ ନଜର ଆସିଥିଲେ । ଉଭୟ ପରିବାରର ହାତ ଗଣତି ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

DQxnbQKUQAA0XRRତେବେ ଉଭୟ ଭାରତ ଫେରିବା ପରେ ୨୧ ତାରିଖରେ ଦିଲ୍ଲୀରେ ରିସେପସନ ହେବ ବୋଲି ସୂଚନା ମିଳିଛି । ତେବେ ଜାନୁଆରୀ ୪ ତାରିଖରେ ଉଭୟଙ୍କ କୋର୍ଟ ମ୍ୟାରେଜ ହେବ ବ୍ରାନ୍ଦ୍ରାର ଫ୍ୟାମିଲ କୋର୍ଟରେ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ଅନୁଷ୍କା ରେଜିଷ୍ଟ୍ରସନ ଫର୍ମ ମଧ୍ୟ ନେଇ ସାରିଛନ୍ତି । ତେବେ ଦୁହିଁଙ୍କ ବିବାହକୁ ନେଇ ଜ୍ୟୋତିଷ ମଧ୍ୟ ଭବିଷ୍ୟବାଣୀ ଆରମ୍ଭ କରି ଦେଇଛନ୍ତି । ଜ୍ୟୋତିଷଙ୍କ କହିବା ଅନୁଯାୟୀ ଉଭୟଙ୍କ ବୈବାହିକ ବେଶ ଖୁସିର କଟିବ କିନ୍ତୁ ଉଭୟଙ୍କ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫ ସନ୍ତୁଳିତ ନ ରହିଲେ ମତଭେଦ ହେବ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ପୁର୍ବରୁ ୧୨ ତାରିଖରେ ବିରାଟ ଓ ଅନୁଷ୍କା ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ୧୨ ତାରିଖ ଅନୁଷ୍କାଙ୍କ ପାଇଁ ଲକି ଥିଲା । ଏହିଦିନ ଅନୁଷ୍କାଙ୍କ ପ୍ରଥମ ଫିଲ୍ମ ରବ ନେ ବନା ଦି ଯୋଡି ରିଲିଜ ହୋଇଥିଲା । ଆଉ ଏହାପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଥିଲେ ଅନୁଷ୍କା । କିନ୍ତୁ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ବିବାହ ବନ୍ଧରେ ବାନ୍ଧି ହୋଇଥିବାର ମିଡିଆ ରିପୋର୍ଟରୁ ସୂଚନା ମିଳିଛି ।

anushka-ndtv_650x400_51512564677ଏହି ଷ୍ଟାର ସେଲିବ୍ରିଟିଙ୍କ ବିବାହକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେତେବେଳେ ବିରାଟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ପାଇଁ ବିସିସିଆଇର ଅନୁମତି ଲୋଡିଥିଲେ । ଠିକ୍ ସେହିପରି ଅନୁଷ୍କା ମଧ୍ୟ ନିଜ ବ୍ୟସ୍ତ କାଯ୍ୟସୂଚୀରୁ ସମୟ ବାହାର କରି ଇଟାଲୀ ଅଭିମୁଖେ ବାହାରିଥିଲେ ଯାହାକୁ ନେଇ ବିରାଟ ଓ ଅନୁଷ୍କାଙ୍କ ବିବାହ ପାଇଁ ଚର୍ଚ୍ଚା ଜୋର ଧରିଥିଲା । ସେତେବେଳେଏହି ଘଟଣା ଖୁବ ଆଶ୍ଚର୍ୟ୍ୟଜନକ ଏବଂ ଆନନ୍ଦଦାୟକ ମଧ୍ୟ ଥିଲା । କିନ୍ତୁ ଦୁଇ ଜଣଙ୍କ ପରିବାରବର୍ଗ ଇଟାଲୀ ଅଭିମୁଖେ ଯାତ୍ରା କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା ।

ବିରାଟ ଏବଂ ଅନୁଷ୍କା ୨୦୧୩ରେ ଏକ ସାମ୍ପୁର ବିଜ୍ଞାପନ ପରେ ଡେଟିଙ୍ଗ କରିବା ଆରମ୍ଭ କରିଥିଲେ । ଆଉ ଏହାର ଏକ ବର୍ଷ ପରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏପରକିି ବିଭିନ୍ନ ମ୍ୟାଚ ସମୟରେ ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ ।