ପାଣ୍ଡ୍ୟାଙ୍କ ବିବାଦୀୟ ବୟାନରେ ବିରାଟଙ୍କ ପ୍ରତିକ୍ରିୟା ! କହିଲେ, ଏଭଳି ଅରୁଚିକର କଥାରେ ତାଙ୍କର ନାହିଁ ସହମତ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ।

293

କନକ ବ୍ୟୁରୋ : ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା । ଆଉ ଏହି ମନ୍ତବ୍ୟ ପାଇଁ ତାଙ୍କୁ ଅନେକାଂଶରେ ସମାଲୋଚନାର ଶିକାର ହେବାକୁ ପଡିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ବିରାଟ କହିଛନ୍ତି, ସେମାନଙ୍କର ଏହା ବ୍ୟକ୍ତଗତ ମତ, ଏଭଳି କଥାରେ ସେ ଏକମତ ନୁହଁନ୍ତି । ତେବେ ସେମାନଙ୍କ ବିରୋଧରେ କଣ ପଦକ୍ଷେପ ନିଆଯାଉଛି ତା ଉପରେ ନଜର ରହିଛି ।

ଦୁଇ ଯୁବ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଟିଭି ସୋ’ ‘କଫି ୱିଥ କରନ’ ରେ ମହିଳାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହୋଇଥିଲା । ଏପଟେ ଦୁଇ କ୍ରିକେଟରଙ୍କ ଏଭଳି ବୟାନକୁ ଗୁରୁତର ସହ ନେଇଛି ବିସିସିଆଇ । ସେମାନଙ୍କୁ ଦୁଇଟି ମ୍ୟାଚରୁ ନିଲମ୍ବନ ପାଇଁ ସୁପାରିସ କରିଛନ୍ତି ବିସିସିଆଇ ପ୍ରଶାସନିକ କମିଟି ମୁଖ୍ୟ ବିନୋଦ ରାୟ ।