ସୋସିଆଲରେ ମିଡିଆ ଟ୍ରୋଲ ନେଇ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି : କହିଲେ, ଭାରତୀୟଙ୍କୁ ନିନ୍ଦା କରିଥିବାରୁ ଦେଇଥିଲି ଜବାବ

208

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ଟ୍ରୋଲ ହେବା ପରେ ଜବାବ୍ ରଖିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ କୋହଲି । ଭାରତୀୟ ଖେଳାଳିଙ୍କୁ ନିନ୍ଦା କରିଥିବା ଏଭଳି ଜବାବ୍ ରଖିଥିବା ନେଇ କୋହଲି କହିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି-ମୋ ମତରେ ଏବେ ବି କାଏମ୍ ଅଛି । ଟ୍ରୋଲ ମୋ ପାଇଁ ହେଉନି ବରଂ ଭାରତୀୟ ଖେଳାଳିଙ୍କୁ ନିନ୍ଦା କରିଥିବାରୁ ହେଉଛି । ଏହା ସହ ପୂଜା ଋତୁର ଶୁଭେଚ୍ଛା ଜଣାଇ, ସମସ୍ତଙ୍କ ସୁଖଶାନ୍ତି କାମନା କରିଛନ୍ତି । ଏହା ପୂୂର୍ବରୁ ସୋସିଆଲ ମିଡ଼ିଆରେ ଜଣେ କ୍ରିକେଟ୍ ଫ୍ୟାନଙ୍କ ପ୍ରତିକ୍ରିୟାକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ, ଯାହାଙ୍କୁ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଭଲ ଲାଗୁ ନାହିଁ । ସେମାନେ ଦେଶଛାଡି ଯାଇପାରନ୍ତି । ଜଣେ ସମର୍ଥକ ଲେଖିଥିଲେ-ବିରାଟ କୋହଲିଙ୍କ ବ୍ୟାଟିଂ ଶୈଳୀରେ କିଛି ସ୍ୱତନ୍ତ୍ରତା ନାହିଁ । ତା ଅପେକ୍ଷା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଭଲ ଲାଗେ ବୋଲି ଲେଖିଥିଲେ ।

ସେପଟେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲରଙ୍କୁ ବିରାଟ କୋହଲିଙ୍କୁ ଅହ୍ୱାନ । ଆଇପିଏଲ ନୁହେଁ ବିଶ୍ୱକପକୁ ଗୁରୁତ୍ୱ ଦିଅ ବୋଲି କହିଛନ୍ତି କୋହଲି । ଆସନ୍ତା ବର୍ଷ ଆଇପିଏଲ ଶେଷ ହେବାର ୧୦ ଦିନ ପରେ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବ । ତେଣୁ ଆଇପିଏଲ ବଦଳରେ ବିଶ୍ୱକପକୁ ବାଛିବାକୁ ଅଧିନାୟକ ବିରାଟ କୋହଲି ଦ୍ରୁତ ବୋଲରଙ୍କୁ ଆହ୍ୱାନ ଦେଇଛନ୍ତି । ଦ୍ରୁତ ବୋଲରମାନେ ଭଲ ଭାବରେ ବିଶ୍ରାମ ନେଇ ସୁସ୍ଥ ଓ ସତେଜ ହୋଇ ବିଶ୍ୱକପ ଯାଆନ୍ତୁ ବୋଲି କୋହଲି ଚାହାଁନ୍ତି । ସିଓଏ ବୈଠକରେ ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଭଳି ବୋଲରଙ୍କୁ ଆଇପିଏଲ ଅବସରରେ ବିଶ୍ରାମ ଦେବାକୁ କୋହଲି କହିଥିବା ଜଣାପଡିଛି ।