ବିଶ୍ୱକପରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ନେଇ କ୍ୟାପଟେନ କୋହଲି ଦେଲେ ବଡ ବୟାନ । ଜାଣନ୍ତୁ କଣ କହିଲେ ବିରାଟ?

850

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର କ୍ରିକେଟ ପ୍ରଶାସକ ସମିତି ସହ ବୈଠକ ପରେ ଆଇସିସିକୁ ଚିଠି ଲେଖିଛି । ଯେଉଁଥିରେ ଆତଙ୍କବାଦୀଙ୍କୁ ପୋତ୍ସାହିତ କରୁଥିବା ଦେଶ ଗୁଡିକ ସହ କ୍ରିକେଟ ସର୍ମ୍ପକ ତୁଟାଇବାକୁ ଉଲ୍ଲେଖ କରିଛି ବିସିସିଆଇ । ଆଉ ଏସବୁ ଭିତରେ ଭାରତୀୟ ଅଧିନାୟକ ଏକ ବଡ ବୟାନ ଦେଇଛନ୍ତି । ବିରାଟ କହିଛନ୍ତି, ଆମ ଦେଶବାସୀଙ୍କ ସହ ଅଛୁ । ଦେଶବାସୀ ତଥା ସରକାର ଯାହା ନିଷ୍ପତି ନେବେ ଓ ବିସିସିଆଇ ଯାହା ନିଷ୍ପତି ନେବ ତାହାକୁ ଭାରତୀୟ ଟିମ୍ ସମର୍ଥନ କରିବ ।

ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବୟକଟ କରିବା ନେଇ ବିିରାଟ କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ସିଆରପିଏଫ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଭାରତ ସରକାର ଓ ବିସିସିଆଇ ଯାହା ନିଷ୍ପତି ନେବ ତାହାକୁ ଭାରତୀୟ ଦଳ ସମର୍ଥନ କରିବ । ପୁଲୱାମା ଆକ୍ରମଣରେ ସିଆରପିଏଫ ଯବାନଙ୍କ ଗାଡିକୁ ଯେଉଁଭଳି ଭାବେ ବିସ୍ଫୋରଣରେ ଉଡାଇ ଦିଆଗଲା ତାହା ଆମକୁ ସ୍ତବ୍ଧ କରିଛି ।


ପୁଲୱାମା ଆକ୍ରମଣ ପରେ ବିଶ୍ୱକପରେ ୧୬ ଜୁନରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚକୁ ଭାରତ ବୟକଟ କରିବାକୁ ଦେଶବାସୀ ଦାବି କରୁଛନ୍ତି । ଏପରିକି ବିସିସିଆଇ ମଧ୍ୟ ଆଇସିସିକୁ ଚିଠି ଲେଖି ଆତଙ୍କବାଦୀଙ୍କୁ ପୋତ୍ସାହିତ କରୁଥିବା ଦେଶ ସହ କ୍ରିକେଟ ସର୍ମ୍ପକ ଛିନ୍ନ କରିବାକୁ ଜଣାଇଛି । ଆସନ୍ତା ୨୭ରେ ହେବାକୁ ଥିବା ଆଇସିସିର ବୈଠକରେ ମଧ୍ୟ ପାକିସ୍ତାନକୁ ବିଶ୍ୱକପରୁ ବିଦା କରିବାକୁ ଭାରତ ଦାବି କରିପାରେ । ଏହାଛଡା ବିସିସିଆଇ ଆଇସିସିକୁ ଅନ୍ୟ ଏକ ଇମେଲ ପଠାଇ ଲେଖିଛି ଯେ, ବିଶ୍ୱକପରେ ଭାରତୀୟ ଦଳର ଖେଳାଳିଙ୍କ ସୁରକ୍ଷା ବାବଦରେ ଚିନ୍ତିତ ଥିବା ଦର୍ଶାଇଛି ।