କୋହଲିଙ୍କ ଉପରେ ପୁରସ୍କାର ବର୍ଷା ! ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସିର ୪ଟି ସମ୍ମାନଜନକ ପୁରସ୍କାର ପାଇବେ ବିରାଟ

44

ଇତିହାସ ରଚିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଏକାସାଙ୍ଗରେ ଆଇସିସିର ୪ଟି ସମ୍ମାନଜନକ ପୁରସ୍କାର ଜିତିବାରେ କୋହଲି ହେଉଛନ୍ତି ବିଶ୍ୱର ପ୍ରଥମ ଖେଳାଳି । ଆଇସିସିର କିକ୍ରେଟର ଅଫ୍ ଦ ଇୟର, ୱାନଡେ ପ୍ଲେୟାର ଅଫ୍ ଦ ଇୟର ଓ ଆଇସିସିର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ମଧ୍ୟ କରାଯାଇଛି । ଏକାସାଙ୍ଗରେ ୪ଟି ସମ୍ମାନଜନକ ପୁରସ୍କାର ଜିତିବାରେ କୋହଲି ପ୍ରଥମ ଭାରତୀୟ ତଥା ବିଶ୍ୱର ପ୍ରଥମ କ୍ରିକେଟର । ଏଥିସହ କୋହଲି ସାର ଗାରଫିଲ୍ଡ ସୋର୍ବସ ଟ୍ରଫି ମଧ୍ୟ ହାତେଇ ନେଇଛନ୍ତି । ଏହାପୂର୍ବରୁ ଏକାସାଙ୍ଗରେ ଆଇସିସିର ୪ଟି ସମ୍ମାନଜନକ ପୁରସ୍କାର କେହି ମଧ୍ୟ ପାଇନଥିଲେ । କୋହଲିଙ୍କ ପାଇଁ ଏହା ଏକ ବଡ ଉପଲବ୍ଧି । କୋହଲିଙ୍କ ଏହି ସଫଳତା ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଆଣିଛି ।

virat-kohli-century-afp_806x605_41501306605ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ଟେଷ୍ଟ ପ୍ଲେୟାର ଅଫ୍ ଦ ଇୟର ପୁରସ୍କାର ମିଳିଛି । ପ୍ରଥମ ଥର ପାଇଁ ସାର ଗାରଫିଲ୍ଡ ସୋବର୍ସ ଟ୍ରଫି ଜିତିଥିବା ବିରାଟ କୋହଲି କହିଛନ୍ତି, ଏହି ସମ୍ମାନଜନକ ପୁରସ୍କାର ଜିତିବା ତାଙ୍କ ପାଇଁ ଏକ ବଡ ଉପଲବ୍ଧି । ପୁର୍ବରୁ ମଧ୍ୟ ତାଙ୍କୁ ୨୦୧୨ ମସିହାରେ କ୍ରିକେଟର ଅଫ୍ ଦ ଇୟର ଓ ୱାନଡେ ପ୍ଲେୟାର ଅଫ୍ ଦ ଇୟର ପୁରସ୍କାର ମିଳିଥିଲା । କିନ୍ତୁ ପ୍ରଥମ ଥର ପାଇଁ ଗାରଫିଲ୍ଡ ସୋବର୍ସ ଟ୍ରଫି ଜିତିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି । ତେବେ ଏହାପୂର୍ବରୁ ୨୦୦୭ରେ ରିକି ପଣ୍ଟିଂ ଓ ୨୦୦୯ରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇସିସିର ୩ଟି ସମ୍ମାନଜନକ ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ କୋହଲି ଏମାନଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି

ଗୋଟିଏ ସିଜିନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କ୍ରିକେଟ ଖେଳାଳିଙ୍କୁ ଆଇସିସି ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରିଥାଏ । କୋହଲି ୨୧ ସେପ୍ଟେମ୍ବର ୨୦୧୬ରୁ ୨୧ ସେପ୍ଟେମ୍ବର ୨୦୧୭ ମଧ୍ୟରେ ନିଜର ଶ୍ରେଷ୍ଠ ପ୍ରର୍ଦଶନ କରିଛନ୍ତି । ଏପରିକି ଏହି ସିଜନରେ କୋହଲି ୭୭.୮୦ ଆଭରେଜରେ ୨୨୦୩ ରନ କରିଥିବା ବେଳେ ଏଥିରେ ୮ଟି ଶତକ ସାମିଲ ଅଛି । ଏହାଛଡା ଦିନିକିଆରେ ମଧ୍ୟ କୋହଲି ନିଜର ଦମଦାର ଇନିଂସ ବଳରେ ୮୨.୬୩ ଆଭରେଜରେ ୧୮୧୮ ହାସଲ କରିଛନ୍ତି । ଏଥିମଧ୍ୟରେ ୭ଟି ଶତକ ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମୟରେ କୌଣସି ସିରିଜ ହାରିନାହିଁ ଭାରତ । ଯାହା କୋହଲିଙ୍କ ଦୃଢ ନେତୃତ୍ୱର ପ୍ରତିଫଳନ ।

ଲଗାତାର ଦୁଇବର୍ଷ ଧରି ଭାରତୀୟ କ୍ରିକେଟର ଆଇସିସି କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଛନ୍ତି । ଏହାପୂର୍ବରୁ ଭାରତୀୟ ସ୍ପିନର ଆର. ଅଶ୍ୱନୀ ପୂର୍ବବର୍ଷ କ୍ରିକେଟର ଅପ୍ ଦ ଇୟର ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତେଣୁ ଲଗାତାର ଦୁଇ ବର୍ଷ ଧରି ଏହି ସମ୍ମାନଜନକ ପୁରସ୍କାର ଭାରତୀୟ କ୍ରିକେଟର ପାଉଥିବାରୁ ସେ ଖୁସି ବୋଲି କହିଛନ୍ତି କୋହଲି । ସେହିଭଳି ଯୁବ ଦ୍ରୁତ ବୋଲର ହାସନ ଅଲ୍ଲୀ ଇର୍ମଜିଙ୍ଗ ପ୍ଲେୟାର ଟ୍ରଫି ହାସଲ କରିଛନ୍ତି ।