ଭାରତ – ଅଷ୍ଟ୍ରେଲିଆ ମ୍ୟାଚ୍ ! କୋହଲୀଙ୍କ ଆଜିର ବିଜୟ, ଭାଙ୍ଗିବ ଧୋନୀଙ୍କ ଏହି ବିରାଟ ରେକର୍ଡ

27

india-v-australia-4th-odi-at-bangalore_aeb3a20c-a425-11e7-84eb-85ab3d3e2a90କନକ ବ୍ୟୁରୋ : ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୪ରନ୍‌ ସଂଗ୍ରହ କରିଛି । ଫଳରେ ଭାରତକୁ ୩୩୫ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି । ଭାରତର ଉମେଶ ଯାଦବଙ୍କୁ ଏହି ମ୍ୟାଚରେ ୪ଟି ଓ୍ଵିକେଟ ମିଳିଛି । ପୂର୍ବରୁ ୩ଟି ମ୍ୟାଚ୍ ଉପରେ କବଜା କରିସାରିଥିବା ବିରାଟ୍ ବାହିନୀ ବିଜୟଧାରା ଜାରି ରଖିବାକୁ ଚଳାଇଛି ଚେଷ୍ଟା ।

ତେବେ କ୍ରିକେଟର ପ୍ରଶଂସକଙ୍କ ମନରେ ଆଜି ବାରମ୍ବାର ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ । କଣ ପୂର୍ବତନ କ୍ୟାପଟେନ୍ ଧୋନୀଙ୍କ ରେକର୍ଡ ଭାଙ୍ଗିପାରିବେ ବିରାଟ୍ କୋହଲୀ । କଣ କୋହଲୀ କ୍ୟାପଟେନ୍ କୁଲ୍ କୁହାଯାଉଥିବା ମାହିଙ୍କୁ ପଛରେ ଛାଡି ପାରିବେ ।

india-australia-cricket_d25b880e-a43a-11e7-ab18-a47b6e18222bଟିମ୍ ଇଣ୍ଡିଆ ଆରମ୍ଭରୁ ହିଁ ୩-୦ରେ ସିରିଜ୍ ଉପରେ କବଜା କରିସାରିଛି । କିନ୍ତୁ ଲଗାତାର ବିଜୟର ସ୍ୱାଦ ପାଇସାରିଥିବା କ୍ୟାପଟେନ୍ କୋହଲୀଙ୍କ ନଜର ଧୋନୀଙ୍କ ବିରାଟ ରେକର୍ଡ ଉପରେ ରହିଛି । ଏହି ରେକର୍ଡ ଧୋନୀ ନଭେମ୍ବର ୨୦୦୮ରୁ ଫେବ୍ରୁୟାରୀ ୨୦୦୯ ମଧ୍ୟରେ କରିଥିଲେ । କ୍ୟାପଟେନ୍ ଭାବରେ ଧୋନୀ ଦେଶକୁ ଲଗାତାର ୯ଟି ଦିନିକିଆ ମ୍ୟାଚରେ ଜିତାଇଥିଲେ ।

କୋହଲୀଙ୍କ ଅଧୀନରେ ବର୍ତ୍ତମାନ ସୁଦ୍ଧା ଭାରତ ଲଗାତାର ୯ ଟି ମ୍ୟାଚ୍ ଜିତିସାରିଛି । ତେବେ ଅଷ୍ଟ୍ରେଲିଆ ବିରୋଧରେ ଆଜିର ମ୍ୟାଚ୍ ଯଦି ଭାରତ ଜିତିଯାଏ ତେବେ କ୍ୟାପଟେନ୍ ଭାବରେ ଲଗାତାର ୧୦ଟି ବିଜୟ ହାସଲ କରି ଧୋନୀଙ୍କ ରେକର୍ଡ ଭାଙ୍ଗିବେ କୋହଲୀ ।

ଏହା ପୂର୍ବରୁ ଇନ୍ଦୋରରେ ମ୍ୟାଚ୍ ଜିତି ଧୋନୀଙ୍କ ସମକକ୍ଷ ହୋଇପାରିଛନ୍ତି କୋହଲୀ । ତେଣୁ ନଜର ରହିଛି ଆଜିର ମ୍ୟାଚ୍ ଉପରେ । କୋହଲୀଙ୍କ ବିଜୟଧାରା ଚଳିତ ବର୍ଷ ୬ ଜୁଲାଇ ୱେଷ୍ଟଇଣ୍ଡିଜ୍ ବିରୋଧରେ ଆରମ୍ଭ ହୋଇଥିଲା । ଯାହା ଏପର୍ଯ୍ୟନ୍ତ ଜାରି ରହିଛି ।

କେବେଠାରୁ ହାରି ନାହିଁ ଭାରତ :
ଭାରତ ଶେଷ ଥର ୨୦୧୭ ଜୁଲାଇ ୱେଷ୍ଟଣ୍ଡିଜ୍ ବିପକ୍ଷରେ ୧୧ ରନରେ ହାରିଥିଲା । ଅନ୍ୟପଟେ ଚଳିତ ବର୍ଷ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ଭଲ ନାହିଁ । ଶେଷ ଥର ପାଇଁ ୨୬ ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଜିତିଥିଲା ଅଷ୍ଟ୍ରେଲିଆ । ସେବେଠାରୁ ଆଜି ଯାଏଁ ବିଜୟର ମୁହଁ ଦେଖିପାରିନାହିଁ କଙ୍ଗାରୁ ଦଳ ।

କେଉଁ କେଉଁ ଦେଶ ଲଗାତାର ଜିତିଛି ୧୦ଟି ମ୍ୟାଚ୍ :

ସବୁଠାରୁ ଅଧିକ ଲାଗାତାର୍ ୧୦ଟି ଦିନିକିଆ ମ୍ୟାଚ୍ ଜିତିବାର ରେକର୍ଡ ଅଛି ଅଷ୍ଟ୍ରେଲିଆ ନାରେ । ଅଷ୍ଟ୍ରେଲିଆ ୬ଥର ଲଗାତାର ୧୦ଟି ଦିନିକିଆ ମ୍ୟାଚ୍ ଜିତିଛି । ସେହିପରି ଦକ୍ଷିଣ ଆଫ୍ରିକା ୫ଥର ଏହି କାରନାମା କରିଦେଖାଇଛି । ନ୍ୟୁଜିଲାଣ୍ଡ ମଧ୍ୟ ୧୦ଟି ଦିନିକିଆ ଜିତିବାର ରେକର୍ଡ ଥରେ କରିସାରିଛି । ଇଲଂଣ୍ଡ, ପାକିସ୍ତାନ୍, ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ଦୁଇ ଥର ଏହି କମାଲ୍ କରିସାରିଛି । ଆଉ ଏବେ ନଜର ଭାରତ ଉପରେ ।