ହାତକୁ ଦି’ହାତ ହେଲେ କ୍ୟାପଟେନ କୋହଲି ! ୨୦ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ପାର୍ଟି

47

ଦୀର୍ଘ ସମୟର ଅପେକ୍ଷା ଏବଂ ଗୋଟିଏ ସପ୍ତାହର ହେଡଲାଇନ ଅପଡେଟ ପରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଇଟାଲୀର ମିଲାନ ସହରରେ ଏହି ଷ୍ଟାର ସେଲିବ୍ରିଟି ହାତକୁ ଦୁଇହାତ ହୋଇଛନ୍ତି । ତେବେ ଏନେଇ ବିରାଟ କିମ୍ବା ଅନୁଷ୍କାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଆଜି ରାତିରେ ଆନୁଷ୍ଠାନିକ ଭାବେ ନିଜ ଶୁଭ ପରିଣୟ ନେଇ ଘୋଷଣା କରିବେ ବିରୁଷ୍କା ।

ତେବେ ପୁର୍ବରୁ ୧୨ ତାରିଖରେ ବିରାଟ ଓ ଅନୁଷ୍କା ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ୧୨ ତାରିଖ ଅନୁଷ୍କାଙ୍କ ପାଇଁ ଲକି ଥିଲା । ଏହିଦିନ ଅନୁଷ୍କାଙ୍କ ପ୍ରଥମ ଫିଲ୍ମ ରବ ନେ ବନା ଦି ଯୋଡି ରିଲିଜ ହୋଇଥିଲା । ଆଉ ଏହାପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଥିଲେ ଅନୁଷ୍କା । କିନ୍ତୁ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ବିବାହ ବନ୍ଧରେ ବାନ୍ଧି ହୋଇଥିବାର ମିଡିଆ ରିପୋର୍ଟରୁ ସୂଚନା ମିଳିଛି ।

ଏହି ଷ୍ଟାର ସେଲିବ୍ରିଟିଙ୍କ ବିବାହକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେତେବେଳେ ବିରାଟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ପାଇଁ ବିସିସିଆଇର ଅନୁମତି ଲୋଡିଥିଲେ । ଠିକ୍ ସେହିପରି ଅନୁଷ୍କା ମଧ୍ୟ ନିଜ ବ୍ୟସ୍ତ କାଯ୍ୟସୂଚୀରୁ ସମୟ ବାହାର କରି ଇଟାଲୀ ଅଭିମୁଖେ ବାହାରିଥିଲେ ଯାହାକୁ ନେଇ ବିରାଟ ଓ ଅନୁଷ୍କାଙ୍କ ବିବାହ ପାଇଁ ଚର୍ଚ୍ଚା ଜୋର ଧରିଥିଲା । ସେତେବେଳେଏହି ଘଟଣା ଖୁବ ଆଶ୍ଚର୍ଯ୍ୟଜନକ ଏବଂ ଆନନ୍ଦଦାୟକ ମଧ୍ୟ ଥିଲା । କିନ୍ତୁ ଦୁଇ ଜଣଙ୍କ ପରିବାରବର୍ଗ ଇଟାଲୀ ଅଭିମୁଖେ ଯାତ୍ରା କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ତେବେ ଏସବୁ ଭିତରେ ୨୦ ଡିସେମ୍ବରରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ ପାଇଁ ମଧ୍ୟ ପୁର୍ବରୁ ଯୋଜନା ସରିଛି । ତେବେ ବିରାଟଙ୍କ କହିବା

ଅନୁସାରେ ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକା ଟୁର ପାଇଁ ପାଇଁ ସେ ଆରାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବିରାଟ ଏବଂ ଅନୁଷ୍କା ୨୦୧୩ରେ ଏକ ସାମ୍ପୁର ବିଜ୍ଞାପନ ପରେ ଡେଟିଙ୍ଗ କରିବା ଆରମ୍ଭ କରିଥିଲେ । ଆଉ ଏହାର ଏକ ବର୍ଷ ପରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏପରକିି ବିଭିନ୍ନ ମ୍ୟାଚ ସମୟରେ ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ ।