କୋହାଲୀଙ୍କ ବିରାଟ ଚିନ୍ତାଧାରା ! ଦେଶବାସୀଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପେପସୀର କରିବେନି ବିଜ୍ଞାପନ

36

ଥଣ୍ଡାପାନୀୟ ପେପସୀକୁ ଶକ୍ତ ଝଟକା ଦେଇଛନ୍ତି ବିରାଟ୍ କୋହଲୀ । କହିଛନ୍ତି ଆଉ ପେପସୀର ବିଜ୍ଞାପନ କରିବେନିି । ଗତ ୬ବର୍ଷ ଧରି ପେପସୀ ସହ ଜଡିତ ଥିବା ବିରାଟଙ୍କ କଣ୍ଟ୍ରାକ୍ଟ ଚଳିତ ବର୍ଷ ଶେଷ ହୋଇଛି । ତେବେ ପେପସୀ ଏହାକୁ ରିନ୍ୟୁ କରିବାକୁ ଚାହୁଁଥିବା ବେଳେ ବିରାଟ୍ କିନ୍ତୁ ଦେଖାଇଛନ୍ତି ଉଦାସୀନତା । କାରଣ ଏହି ଥଣ୍ଡାପାନୀୟରେ ରହିଛି ଚିନି ଏବଂ କାର୍ବୋନେଟେଡ୍ ଭଳି ପଦାର୍ଥ ଯାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ।

ଏକ ସାକ୍ଷାତକାରରେ କୋହଲୀ ଯୁକ୍ତି ବାଢିଛନ୍ତି, ‘ ଯଦି ମୁଁ ନିଜେ ଏହାକୁ ପିଇ ପାରିବିନି ତେବେ ନିଜ ରୋଜଗାର ପାଇଁ କେମିତି ଅନ୍ୟ ମାନଙ୍କୁ ପିଇବାକୁ କହିପାରିବି’ । ତେବେ ଏହା ପୂର୍ବରୁ ଅନ୍ୟ ବ୍ରାଣ୍ଡର ଥଣ୍ଡାପାନୀୟ ଯୋଗୁଁ ପେପସୀକୁ କ୍ଷତି ସହିବାକୁ ପଡିଛି । ଆଉ ବିରାଟଙ୍କ ଏହି ନିଷ୍ପତି ଏବେ ପେପସୀକୁ ଆଉ ଏକ ଶକ୍ତ ଝଟକା ଦେଇଛି । ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, କୋହଲୀ କେବଳ କ୍ରିକେଟ୍ ନୁହେଁ ନିଜ ଦେଶ ଏବଂ ଦେଶବାସୀଙ୍କୁ ମଧ୍ୟ ଖୁବ୍ ଭଲ ପାଆନ୍ତି । ସେପଟେ କୋହାଲୀଙ୍କ ଏହି ବିରାଟ ନିଷ୍ପତି ଦେଶବାସୀଙ୍କ ହୃଦୟ ଜିତି ପାରିଛି ।

ସୌଜନ୍ୟ : ଇକନୋମିକ୍ସ ଟାଇମ୍ସ