କୋହଲିଙ୍କ ବିରାଟ ରହସ୍ୟ ! ପିଉଥିବା ପାଣି ଲିଟର ଦାମ୍ ୬୦୦ ଟଙ୍କା

61

ଭାରତୀୟ କ୍ରିକେଟ୍ ଦଳର ଫିଟ୍ ଏବଂ ହଟ୍ ଖେଳାଳି ବିରାଟ କୋହଲି । ନିଜର କଠିନ ପରିଶ୍ରମ , ଏବଂ ପିଚରେ ଭଲ ପ୍ରଦର୍ଶନ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଏହି ଯୁବ ଖେଳାଳି । ନିଜକୁ ସବୁବେଳେ ଫିଟ୍ ଏବଂ ଫାଇନ୍ ରଖିବାକୁ ପସନ୍ଦ କରନ୍ତି ବିରାଟ୍ । ତେବେ କୋହଲିଙ୍କ ଫିଟନେସର ବିରାଟ ରହସ୍ୟ ଏବେ ସାମ୍ନାକୁ ଆସିଛି ।

ଏନଡିଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିରାଟ ଫିଟନେସର ରହସ୍ୟ ହେଉଛି ପାଣି । ତେବେ ଏହା କୌଣସି ସାଧାରଣ ପାଣି ନୁହେଁ ବରଂ ଏକ ସ୍ୱତନ୍ତ୍ର ବ୍ରାଣ୍ଡର ପାଣି ଯାହା ଫ୍ରାନ୍ସରୁ ଆସିଥାଏ । ଏହାର ଦାମ ମଧ୍ୟ କିଛି କମ୍ ନୁହେଁ । ଗୋଟିଏ ଲିଟର ପାଣିର ଦାମ ହେଉଛି ୬୦୦ ଟଙ୍କା । ତେବେ ଚିନ୍ତା କରନ୍ତୁ ସେ ପ୍ରତିଦିନ କେତେ ଲିଟର ପାଣି ପିଉଥିବେ ଆଉ ଏଥିପାଇଁ କେତେ ଖର୍ଚ୍ଚ ହେଉଥିବ । କେବଳ ଏହି ଦାମୀ ପାଣି ନୁହେଁ କୋହଲି ନିଜ ଫିଟନେସ୍ ରୋଟିନ୍ ପାଇଁ ମଧ୍ୟ ପରିଚିତ । ଯେଉଁଠାକୁ ଯାଆନ୍ତୁ ନା କାହିଁକି କୋହଲି ନିଜ ଫିଟନେସ୍ ପାଇଁ ବେଶ୍ ଯତ୍ନବାନ୍ ଥାନ୍ତି ।