ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବିରାଟଙ୍କ ଠୁମକା ! ‘କଜରାରେ’ ଗୀତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କଲେ ଡାନ୍ସ

32

ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ନିଜର ବ୍ୟାଟିଂ ପାଇଁ ସୃଷ୍ଟି କରିଛନ୍ତି ଅନେକ ରେକର୍ଡ଼ । ଜଣେ ଭଲ କ୍ରିକେଟ୍ ଖେଳାଳି ଭାବେ ସେ ପରିଚିତ । ପ୍ରତି ମ୍ୟାଚରେ ତାଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ଥାଏ । କ୍ରିକେଟ୍ ଦୁନିଆରେ ବିରାଟଙ୍କ ନାମ ପରିଚିତ ନାମ । ଖେଳ ସହ ତାଙ୍କର ନିଆରା ଷ୍ଟାଇଲ୍ ତଥା ଅନ୍ଦାଜ ପାଇଁ ସେ ବେଶ୍ ଚର୍ଚ୍ଚାରେ ଥାଆନ୍ତି । ଶ୍ରୀଲଙ୍କା ସହ ତ୍ରିରାଷ୍ଟ୍ରିୟ ଟି-୨୦ ସିରିଜ୍ ଖେଳୁଛି ଟିମ୍ ଇଣ୍ଡିଆ । ଏହି ସିରିଜ ପାଇଁ ବିସିସିଆଇ ବିରାଟ କୋହଲି ଓ ଏମଏସ୍ ଧୋନୀଙ୍କୁ ଆରାମ ଦିଆଯାଇଛି । ଏପରିସ୍ଥଳେ ଉଭୟ ଖେଳାଳି ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରୁଛନ୍ତି ।

ଦକ୍ଷିଣ ଆଫ୍ରିକା ସିରିଜ ପରେ ବିରାଟ କୋହଲି ମୁମ୍ମାଇ ଫେରିଥିଲେ । ଆଉ ଫେରିବାର କିଛି ଦିନ ପରେ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କୁ ରିସିଭ କରିବା ପାଇଁ ଆସିଥିଲେ । ଆଉ ସେତେବେଳେ ଉଭୟଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା । ଯାହାପରେ ଏବେ ବିରାଟ କୋହଲିଙ୍କ ଡାନ୍ସ ଭିଡ଼ିଓ ଭାଇରାଲ ହେଉଛି । ବିରାଟ ତାଙ୍କ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ‘କଜରାରେ’ ଗୀତରେ କରିଥିବା ଡାନ୍ସ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ବିରାଟଙ୍କ ଏହି ଭିିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି । ଉକ୍ତ ଭିଡ଼ିଓରେ ପଞ୍ଚାବୀ ଗୀତ ଠାରୁ ଆରମ୍ଭ କରି ଲୋକପ୍ରିୟ ବଲିଉଡ଼୍ ଗୀତ କଜରାରେ ଗୀତରେ ଡ଼ାନ୍ସ କରୁଥିବାର ନଜର ଆସୁଛନ୍ତି ବିରାଟ । ଏହି ଭିଡ଼ିଓ ତାଙ୍କ ଫ୍ୟାନ ପେଜରେ ପୋଷ୍ଟ ହୋଇଛି । ଏହି ଭିଡ଼ିଓରେ ବିରାଟ କେହାଲି ଭାଙ୍ଗଡ଼ା କରୁଥିବାର ନଜର ଆସୁଛନ୍ତି ।

ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକାରେ ବିରାଟଙ୍କ ଶାନଦର ୪ଟି ଶତକ ପରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ନିକଟରେ ସେ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି । ଯାହା ପରେ ଦିଲ୍ଲୀ ଓ ମୁମ୍ବାଇରେ ରିସେପ୍ସନ ପାର୍ଟି ଦିଆଯାଇଥିଲା । ଆଉ ଏବେ ସେ ତାଙ୍କର ଜଣେ ସାଙ୍ଗର ବିବାହରେ ଏହି ଡାନ୍ସ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।