ବିରାଟଙ୍କ ବିଶ୍ୱରେକର୍ଡ ! ବିଶ୍ୱର ଦ୍ରୁତତମ ୧୦ ହଜାର ରନ୍ କ୍ଲବରେ କୋହଲି, ପଞ୍ଚମ ଭାରତୀୟ ଭାବେ ସ୍ଥାପନ କଲେ ନୂଆ କୀର୍ତ୍ତିମାନ ।

58

କନକ ବ୍ୟୁରୋ : କ୍ରିକେଟ ଜଗତରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି କୋହଲି । ଦିନିକିଆରେ ୨୦୫ଟି ଇଂନିସରେ କୋହଲି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବିଶ୍ୱର ଦ୍ରୁତତମ ୧୦ ହଜାର ରନ୍ ସ୍କୋରର ହୋଇଛନ୍ତି ବିରାଟ । ଏହା ସହ ପଞ୍ଚମ ଭାରତୀୟ ଭାବେ ୧୦ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ଯୁବ ତାରକା ବିରାଟ କୋହଲି ।

ବିରାଟଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଏବଂ ମହେନ୍ଦ୍ର ସିଂହ ଧୋନୀ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ କରି ସାରିଛନ୍ତି । ତେବେ ବିରାଟଙ୍କୁ ରନ୍ ମେସିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସହ ଦିନିକିଆରେ ଆଉ ଏକ ବ୍ୟାଟିଂ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି କୋହଲି ।କ୍ରିକେଟ ଜଗତରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ପୂର୍ବରୁ ସଚିନ ତେନ୍ଦୁଲକର ୨୬୬ତମ ମ୍ୟାଚରେ ୨୫୯ ପାଳିରେ ୧୦ ହଜାର ରନ୍ ପୂରଣ କରି ସବୁଠୁ ଦ୍ରୁତ ରନ ସଂଗ୍ରହ ରେକର୍ଡ କରିଥିଲେ । ଏହି ରେକର୍ଡକୁ ଆଜି ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାଙ୍ଗିଛନ୍ତି ବିରାଟ କୋହଲି । ଏହା ସହ କାରବିଆନ ଦେଶ ବିରୋଧରେ ସବୁଠୁ ଅଧିକ ସ୍କୋର କରିବା ଭାରତୀୟ ଖେଳାଳି ମଧ୍ୟ ହୋଇଛନ୍ତି । ୨୯ ପାଳିରେ ସେ ୧୫୭୪ ରନ କରି ସାରିଲେଣି । ପୂର୍ବରୁ ସଚିନ ତେନ୍ଦୁଲକର ୩୯ ପାଳିରେ ୧୫୭୩ ରନ କରିଥିଲେ ।

ଦ୍ରୁତତମ ୧୦,୦୦୦ ରନ୍‌ ପୂରଣ :
ବିରାଟ କୋହଲି – ୨୦୫ ଇନିଂସ
ସଚିନ ତେନ୍ଦୁଲକର – ୨୫୯ ଇନିଂସ
ସୌରଭ ଗାଙ୍ଗୁଲି – ୨୬୩ ଇନିଂସ
ରିକି ପଣ୍ଟିଂ – ୨୬୬ ଇନିଂସ
ଜ୍ୟାକ୍‌ କାଲିସ – ୨୭୨ ଇନିଂସ
ମହେନ୍ଦ୍ର ସିଂହ ଧୋନି – ୨୭୩ ଇନିଂସ
ଦିନିକିଆରେ ୧୦,୦୦୦+ ରନ୍‌ ସଂଗ୍ରହକାରୀ ଭାରତୀୟ :
୧) ସଚିନ ତେନ୍ଦୁଲକର – ୧୮,୪୨୬ ରନ୍‌
୨) ସୌରଭ ଗାଙ୍ଗୁଲି – ୧୧,୩୬୩ ରନ୍‌
୩) ରାହୁଲ ଦ୍ରାବିଡ଼ – ୧୦,୮୮୯ ରନ୍‌
୪) ମହେନ୍ଦ୍ର ସିଂହ ଧୋନି – ୧୦,୧୪୩ ରନ୍‌
୫) ବିରାଟ କୋହଲି – ୧୦,୦୦୦+