କନ୍ଧମାଳର କ୍ରିକେଟ ପାଗଳ ! ବିରାଟ କୋହଲିଙ୍କ ପାଇଁ ବିରାଟ କ୍ରେଜ୍

43

କନକ ବ୍ୟୁରୋ : ବିରାଟ କୋହଲିଙ୍କ ଜବରଦସ୍ତ ଫ୍ୟାନ୍ । ଯେଉଁଠି ବି ବିରାଟଙ୍କ ମ୍ୟାଚ୍ ଥାଏ, ସେହି ସ୍ଥାନକୁ ପହଂଚିଯାଆନ୍ତି କନ୍ଧମାଳର ଏହି ଯୁବକ ନିକାଶ କହଁର । ଆକ୍ସିସ୍ ବ୍ୟାଙ୍କରେ ବନ୍ଧା ପକାଇଥିବା ସୁନାହାର ଏବେବି ବ୍ୟାଙ୍କରେ ପଡିରହିଛି । କାରଣ ଟଙ୍କା ଏଯାଏଁ ସୁଝି ନାହାଁନ୍ତି ନିକାଶ । ଅନେକ ଲୋକଙ୍କର ବିଭିନ୍ନ କ୍ଷେତ୍ର ପ୍ରତି ଅହେତୁକ ଆଗ୍ରହ ଅନେକ ସମୟରେ ଦେଖିବାକୁ ମିଳେ । କିନ୍ତୁ ମା’ଙ୍କର ସୁନା ହାରକୁ ବନ୍ଧା ପକାଇ କୋହଲିଙ୍କ ମ୍ୟାଚ୍ ଦେଖିବା, ପରି ଘଟଣା ବୋଧହୁଏ ଏକ ବିରଳ ଘଟଣା ।