ଚର୍ଚ୍ଚାରେ ବିରୁଷ୍କାଙ୍କ ବିବାହ ମଣ୍ଡପ ! ସାତ ଦିନରେ ଉଡିଗଲା କୋଟିଏ ଟଙ୍କା ।

81

ବହୁ ପ୍ରତିକ୍ଷିତ ଅନୁଷ୍କା ଏବଂ ବିରାଟ କୋହଲିଙ୍କ ବିବାହ ୧୧ ଡିସେମ୍ବର ସୋମବାର ଦିନ ଇଟାଲୀର ଟସ୍କନୀ ଠାରେ ସମାପ୍ତ ହୋଇଛି । ଇଟାଲୀର ଏହି ସହର କୋଳାହଳ ଠାରୁ ବହୁ ଦୂରରେ ଅବସ୍ଥିତ ଏବଂ ଏହା ଖୁବ ସୁରକ୍ଷିତ ମଧ୍ୟ । ବିଶେଷ କରି ଏହି ସ୍ଥାନ ଶୀତ ଦିନରେ ବନ୍ଦ ରହିଥାଏ କିନ୍ତୁ ବିରାଟ ଏବଂ ଅନୁଷ୍କାଙ୍କ ବିବାହ ପାଇଁ ଏହାକୁ ଡିସେମ୍ବରରେ ଖୋଲା ଯାଇଥିଲା । ୩ ବର୍ଷ ପୂର୍ବରୁ ଏକ ଇଂଟରଭ୍ୟୁ ଦ୍ୱାରା ଅନୁଷ୍କା କହିଥିଲେ ଯେ ସେ ଯଦି ଡେଷ୍ଟିନେସନ ବିବାହ କରିବେ ତେବେ ବିନିୟାର୍ଡ଼ ଭଳି ସ୍ଥାନ ତାଙ୍କର ପ୍ରଥମ ପସନ୍ଦ ହେବ ।

ବିବାହ ପୂର୍ବରୁ ଆସିଥିବା ଖବର ଅନୁସାରେ ବିରାଟ ଏବଂ ଅନୁଷ୍କାଙ୍କ ବିବାହ ମିଲାନ ଠାରେ ହେବ ବୋଲି ଶୁଣାଯାଉଥିଲା । କିନ୍ତୁ ଏହି ସେଲିବ୍ରେଟି ଯୋଡ଼ି ମିଲାନ ଠାରୁ ୪ ଘଂଟାର ଦୂର ଟସ୍କନୀ ଠାରେ ବିବାହ କରିଛନ୍ତି । ଯେଉଁଠାରେ ବିରାଟ ଏବଂ ଅନୁଷ୍କାଙ୍କ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ତାହା ଏକ ଐତିହାସିକ ସ୍ଥାନ ଭାବରେ ବେଶ ପରିଚିତ ।

ଟସ୍କନୀ ଠାରୁ ୧ ଘଂଟା ଦୂରରେ ଅବସ୍ଥିତ ଏହି ସ୍ଥାନ ବୋର୍ଗୋ ଫିନୋକିଟୋ ଭାବରେ ଜଣାଶୁଣା । ୧୩ ଶତାବ୍ଦୀ ପୂର୍ବରୁ ତିଆରି ହୋଇଥିବା ଏହି ଗାଁରେ ୫ଟି ବଡ଼ ବିଲା ରହିଛି । ତେବେ ଇଟାଲୀରେ ବୋର୍ଗୋ ଶବ୍ଦର ଅର୍ଥ ହେଉଛି ଗାଁ । ୨୦୦୧ରେ ଏହି ସ୍ଥାନକୁ କିଣିଥିବା ବ୍ୟକ୍ତିଙ୍କୁ ତିଆରି କରିବାରେ ୮ ବର୍ଷ ସମୟ ଲାଗିଥିଲା ।

ଏଠାରେ ଏକା ସାଙ୍ଗରେ ୨୨ଟି ବଖରାରେ ୪୪ ଜଣ ଲୋକ ରହିପାରିବେ । ଏହି କାରଣରୁ ବିରାଟ ଏବଂ ଅନୁଷ୍କା ତାଙ୍କ ବନ୍ଧୁମାନଙ୍କୁ ନିମନ୍ତ୍ରଣ ଦେଇ ନଥିଲେ । ତେବେ ୨୬ରେ ହେବାକୁ ଥିବା ରିସେପସନରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ୩ ବର୍ଷ ପୁର୍ବରୁ ଅନୁଷ୍କା ଏବଂ ବିରାଟ ତାଙ୍କ ବିବାହ ପାଇଁ ଯେଉଁଭଳି ସ୍ଥାନ ବିଷୟରେ ଭାବିଥିଲେ ଏହା ଠିକ ସେହିପରି ସ୍ଥାନ ।

ଏହି ସ୍ଥାନ ୭୦୦ ବର୍ଷ ପୁରୁଣା ହୋଇଥିବାରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ଭାବରେ ନାମିତ କରାଯାଇଛି ଏବଂ ଏହା ହାଇପ୍ରୋଫାଇଲ ଡେଷ୍ଟିନେସନ ୱେଡିଂଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ ଭାବରେ ବେଶ ପରିଚିତ । ଏହି ସ୍ଥାନକୁ ଓବାମା ମଧ୍ୟ ତାଙ୍କ ପରିବାର ସହ ଆସି ଛୁଟି କାଟି ସାରିିଛନ୍ତି ଏବଂ ଏହାକୁ ଫବର୍ସ ଦୁନିଆର ୨୦ଟି ମହଙ୍ଗା ଡେଷ୍ଟିନେସନ ଲିଷ୍ଟ ମଧ୍ୟରେ ସ୍ଥାନ ଦିଆଯାଇଛି । ଏହି ବିଲାରେ ରହିବା ପାଇଁ ଜଣେ ଲୋକକୁ ଏକ ସପ୍ତାହ ପାଇଁ ୧ କୋଟି ଟଙ୍କା ଦେବାକୁ ପଡ଼ିଥାଏ ଏବଂ ଗୋଟିଏ ରାତି ପାଇଁ ୬,୫୦,୦୦୦ରୁ ଆରମ୍ଭ କରି ୧୪,୦୦,୦୦୦ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡ଼ିଥାଏ ।