ମାନ୍ୟବର ବିଜ୍ଞାପନରେ ବିରାଟ-ଅନୁଷ୍କା ! ଫଟୋ ସୋସିଆଲ ମିଡିଆରେ ଭାଇରାଲ୍

76

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କାଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଅଫିସିଆଲି ଭାବେ ସେମାନଙ୍କର ସଂପର୍କ ବିଷୟରେ କେବେହେଲେ ଦୁହେଁ ସାର୍ବଜନୀନ କରିନାହାଁନ୍ତି । ସାମାଜିକ ଉତ୍ସବ ଓ ଛୁଟି କଟା ଆଦିର ଫଟୋ ଓ ଭିଡିଓରୁ ଦୁହେଁ ଯେ, ନିବିଡ ପ୍ରେମରେ ଅଛନ୍ତି , ତାହା ବେଶ ବୁଝାପଡିଯାଇଛି ।

ସୋମବାର ଦିନ ଦୁହିଁଙ୍କର ଏକ ସଦ୍ୟ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ପ୍ରଚାରିତ ହୋଇଛି । ଅଭିଷେକ ବର୍ମନ ନିର୍ଦ୍ଦେଶିତ ମାନ୍ୟବରର ଏକ ବି ଜ୍ଞାପନରେ ଦୁହେଁ ଏକାଠି କାମ କରିଛନ୍ତି । ଯାହା ଦୀପାବଳି ପୂର୍ବଦିନ ରିଲିଜ୍ ହେବାକୁ ଯାଉଛି । ଦୁହିଁଙ୍କ ମଧ୍ୟରେ ରହିଥିବା ଗଭୀର ସଂପର୍କ ବେଶ୍ ସୂଚାଇଦେଇଛି ଏ ଫଟୋ ।

ଆଉ ମଧ୍ୟ କିଛି ରୋଚକ ତଥ୍ୟ ବିରାଟ କୋହଲି ଓ ଅନୁଷ୍କା ମଧ୍ୟରେ ଏବେ ଭାଇରାଲ ସାଜିଛି । ଜୀ ଟେଲିଭିଜନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁପରଷ୍ଟାର ଆମିର୍ ଖାନଙ୍କ ପ୍ରଶ୍ନରେ ନିଜର ଉତ୍ତର ରଖିଛନ୍ତି କୋହଲି । ଆମିର୍ କାର୍ଯ୍ୟକ୍ରମରେ କୋହଲିଙ୍କୁ କହିଥିଲେ , ଅନୁଷ୍କାଙ୍କୁ ବହୁ ଦିନଧରି ଜାଣିଛି । ତାଙ୍କ ସହ କାମ ବି କରିଛି । କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ତାଙ୍କର କେଉଁ ଗୁଣକୁ ତୁମେ ଅଧିିକ ପସନ୍ଦ କର ? କୋହଲି ଏ ପ୍ରଶ୍ନର ଅତି ସହଜ ଉତ୍ତର ଦେଇଥିଲେ । ସେ କହିଥିଲେ , ଅନୁଷ୍କାଙ୍କର ସବୁଠୁ ଭଲ ଗୁଣ ହେଲା ସାଧୁତା । ସେଥିପାଇଁ ମୁଁ ତାଙ୍କୁ ବହୁତ ଭଲପାଏ । ଆଉ ତାଙ୍କ ଠାରୁ ବହୁତ କିଛି ଶିଖେ ।