ଶୀତରାତିରେ କୋଳରେ ବସି ଥରୁଥିଲା ଛୁଆ ! ଟ୍ରେନରେ ବସିବା ପାଇଁ କେହି ସିଟଟିଏ ମଧ୍ୟ ଦେଲେ ନାହିଁ ,ଭାଇରାଲ୍ ହେଲା ଅମଣିଷତ୍ୱର ଭିଡିଓ । 

2,241

ଏହି ଶୀତଋତୁରେ ଯେଉଁ ଭଳି ହାଡଭଙ୍ଗା ଶୀତ ହେଉଛି ସେଥିରେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ଏହି ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ଯେ କେତେ କଷ୍ଟକର ତାହା ସମସ୍ତେ ଜାଣିଥିବେ । ତେବେ ଏଭଳି ସମୟରେ ଯାତ୍ରାକାଳୀନ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ଜଣେ ମା’ ତା ଛୁଆକୁ ଧରି ଟ୍ରେନ୍ ଗେଟ୍ ପାଖରେ ତଳେ ବସିଥିବା ନଜରରେ ଆସୁଛି । ଏହି ସମୟରେ ୬ ବର୍ଷର ଛୁଆଟି ଥଣ୍ଡାରେ ଥରୁଥିବା ବେଳେ ଟ୍ରେନରେ କେହି ତାଙ୍କୁ ବସିବାକୁ ବି ପଚାରୁନଥିବା ମଧ୍ୟ ଦେଖାଯାଇଥିଲା ।

ଏହି ଟ୍ରେନଟି ମୁମ୍ବାଇରୁ ସୁରତ୍ ଯାଉଥିବା ଏକ ଟ୍ରେନ୍ ଯେଉଁଥିରେ ଖୁବ କମ୍ ଯାତ୍ରୀ ଥିବା ବେଳେ ଏହି ମହିଳା ଏବଂ ତା କୋଳରେ ଥିବା ଛୁଆଟି ପ୍ରତି କାହାର ଦରଦ ଥିବା ଦେଖିବାକୁ ମିଳିନଥିଲା । ଟ୍ରେନରେ ଥିବା ମହିଳାମାନେ ଏହି ମହିଳାଟିକୁ ଚୋର ଭାବି ଭିତରକୁ ଆସିବାକୁ ଦେଇନଥିଲେ । ତେବେ ଏମାନଙ୍କ ଭିତରୁ ଜଣେ ମହିଳା ଏହି ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ।