ପିଲାଙ୍କ ପାଇଁ ନୂଆ ଭାଷା ଶିଖିବା ସହଜ ନୁହେଁ । ବିଶେଷ କରି ଯେତେବେଳେ ତାହା ମାତୃଭାଷା ଠାରୁ ଭିନ୍ନ ଥିବ, ତେବେ ତାହା ବହୁତ ଗୁଣା ବଢ଼ିଯାଏ । ଏହି ସମସ୍ୟାର ସମାଧାନ କରିବା ପାଇଁ ବିହାରର ଜଣେ ଶିକ୍ଷକ ପିଲାଙ୍କୁ ଗୀତ ଗାଇ ଇଂରାଜୀ ପାଠ ପଢ଼ାଉଛନ୍ତି । ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ସେ ପିଲାଙ୍କୁ ସ୍ୱର ବର୍ଣ୍ଣ ଓ ବ୍ୟଂଜନ ବର୍ଣ୍ଣ ମଧ୍ୟରେ ପାର୍ଥକ୍ୟ ବୁଝାଉଥିବା ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କୁମାର ବିଶ୍ୱାସ ସେୟାର କରିଥିବା ଭିଡିଓ…
काश कि हमें ‘Vowels” और “Consonants” ऐसे किसी म्यूज़िकल गुरु जी ने पढ़ाए होते तो हम भी आज @ShashiTharoor बाबू की तरह फ़र्राटे मार के अंग्रेज़ी बोल रहे होते 😢😍😜👍 pic.twitter.com/Pb8M0tvXdC
— Dr Kumar Vishvas (@DrKumarVishwas) January 10, 2019
ଏହି ଭିଡିଓକୁ ସର୍ବପ୍ରଥମେ କବି କୁମାର ବିଶ୍ୱାସ ସେୟାର କରିଛନ୍ତି । ସେ ଏଥିରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଟ୍ୟାଗ କରିଛନ୍ତି । କୁମାର ବିଶ୍ୱାସଙ୍କ ଟ୍ୱିଟ ପରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି । ଅମିତାଭ ବଚ୍ଚନ ମଧ୍ୟ ଭିଡିଓର ପ୍ରଂଶସା କରୁଥିବା ସେୟାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହା ସାମନାକୁ ଆସିନି ଯେ, ଶିକ୍ଷକ ଜଣକ କିଏ ଓ ଏହା କେଉଁ ସ୍କୁଲର ଭିଡିଓ ।