ବିନା ସିଲିଣ୍ଡରରେ ଜଳୁଛି ଚୁଲା : ଲୋକେ କହୁଛନ୍ତି ଚମତ୍କାର, ଏହାର ସତ୍ୟତା ଜାଣିଲେ ଉଡିଯିବ ଆପଣଙ୍କ ହୋଶ

32

ସୋଶିଆଲ ମିଡିଆରେ ଏକ ଭିଡିଓ ଏହି ସମୟରେ ବହୁତ ଭାଇରାଲ ହେଉଛି । ଏହା ଅନେକ ଲୋକଙ୍କ ପାଇଁ ଆସ୍ଥାର ବିଷୟ ହୋଇଗଲାଣି । ଏହି ଭିଡିଓ ଚଣ୍ଡୀଗଡର ଏକ ଗୁରୁଦ୍ୱାରାର, ଯେଉଁଠି ଲଙ୍ଗର ପାଇଁ ଚୁଲାରେ ରୋଷେଇ ଚାଲିଛି । ଭିଡିଓରେ ଏହି ଚୁଲା ବିନା ସିଲିଣ୍ଡରରେ ଜଳୁଥିବାର ଦେଖିବାକୁ ମିଳୁଛି । ପ୍ରକୃତରେ ଭିଡିଓରେ ଯେଉଁ ଚୁଲାରେ ରୋଷେଇ ହେଉଥିବାର ଦେଖା ଦେଉଛି ତା’ ଆଖପାଖରେ ନା କୈାଣସି ସିଲିଣ୍ଡର ଅଛି ନା କୈାଣସି ପାଇପ ଲାଇନ୍ । ତଥାପି ବି ଚୁଲା ଜଳୁଛି । ଏମିତିରେ ଯେକେହି ବି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ।

ପ୍ରକୃତରେ ଗୁରୁଦ୍ୱାରର ପ୍ରବନ୍ଧକ କୃପାଲ ସିଂହଙ୍କ ମୁତାବକ, ଲଙ୍ଗର ପାଇଁ ପ୍ରସାଦ ପ୍ରସ୍ତୁତି ସମୟରେ ସିଲିଣ୍ଡର ସରିଯାଇଥିଲା । ତା’ ପରେ ସିଲିଣ୍ଡରକୁ ଅଲଗା କରିଦିଆଯାଇଥିଲା । ତାଙ୍କ ମୁତାବକ ସିଲିଣ୍ଡରକୁ ପାଇପ ଠାରୁ ଅଲଗା କରିବା ପରେ ସେଥିରେ ଗ୍ୟାସ ରହିଯାଇଥିଲା । ଯଦ୍ୱାରା ଚୁଲା ଜଳୁଥିଲା । ଏହି ସମୟରେ ଜଣେ ଯୁବକ ଏହାର ଭିଡିଓ କରି ସୋଶିଆଲ ମିଡିଆରେ ଚମତ୍କାର ର ନାଁ ଦେଉଛନ୍ତି । ଯେଉଁ ଗୁରୁଦ୍ୱାରର ଭିଡିଓ ଏହା, ତାହାର ପ୍ରବନ୍ଧକ ଏହି ଭିଡିଓକୁ ମିଛ କହିଛନ୍ତି । ଏମିତି ଭିଡିଓ ତିଆରି କରି କେହି ଜଣେ ଦୁଷ୍ଟାମି କରିଛନ୍ତି ।