୭ବର୍ଷିୟ ପିଲା ଡେଲିଭରୀ ବୟ ! ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ

25

ସୋସିଆଲ ମିଡିଆରେ ଭାଇରାଲ ସାଜିଛିି ଏକ ଭିଡିଓ । ଯେଉଁଥିରେ ଜଣେ ୭ ବର୍ଷିୟ ପିଲା କରୁଛନ୍ତି ଜିନିଷ ଡେଲିଭରି କାମ । ଏହା ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚୀନର ଏହି ଦୃଶ୍ୟ ଚୀନରେ ଗରିବୀ ବଢୁଥିବାର ସମସ୍ତଙ୍କ ଧ୍ୟାନକେନ୍ଦ୍ରିତ କରିଛି । ପୂର୍ବ ଚୀନର ଶିଙ୍ଗଦାଓ ପ୍ରାନ୍ତରେ ରହୁଥିବା ଏହି ୭ ବର୍ଷିୟ ପିଲା ଘରେ ଘରେ ଯାଇ ଜିନିଷ ଡେଲିଭର କରୁଛନ୍ତି । ଏହି ପିଲାଟି ନିଜେ ଏକ ସାକ୍ଷାତକାରରେ କହିଛି ଯେ, ସେ ପ୍ରତିଦିନ  ୩୦ଟି ପାର୍ସଲ ଡେଲିଭର କରୁଛନ୍ତି ।

ସୋସିଆଲ୍ ମିଡିଆ ୟୁଜସ ପିଲାକୁ ‘ଲିଟିଲି ଲି’ ନାମ ଦେଇଛନ୍ତି । ଚୀନର ସୋସିଆଲ ମିଡିଆ ସାଇଟ୍ ୱିବୋରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏହି ଅନୁସାରେ , ପିଲାଙ୍କର ପିତାଙ୍କ ୪ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି । ପିଲାର ମା’ ଦ୍ୱିତୀୟ ଥର ବିବାହ କରିଛନ୍ତି ଏବଂ ସେଦିନ ଠାରୁ ଏହି ପିଲାଟି ଅନାଥ । ଲିଟିଲି ଲି ଯେତେବେଳେ ୩ ବର୍ଷର ହୋଇଥିଲେ , ସେଦିନ ଠାରୁ ୟାନ୍ ଶିଫାଙ୍ଗ ନାମକ ଜଣେ ବ୍ୟକ୍ତି ତାଙ୍କର ଦେଖାଶୁଣା କରୁଥିଲେ । ୟାନ୍ ଶିଫାଙ୍ଗ ଲି ଙ୍କ ପିତାଙ୍କ ସହ କାମ କରୁଥିଲେ । ଏବଂ ସେ ନିଜେ ମଧ୍ୟ ଜଣେ ଡେଲିଭରି ବୟ । ଲିଟିଲ ଲି ମଧ୍ୟ ଏବେ ଶିଙ୍ଗ ଦାଓ ର ଶାଇବେ ଜିଲ୍ଲାରେ ପ୍ରତିଦିନ ୩୦ଟି ପାର୍ସଲ ଡେଲିଭର କରି ସେଲିବ୍ରେଟି ହୋଇଯାଇଛି । ଲିଟିଲି ଲି ମିଡିଆ ରିପୋର୍ଟରଙ୍କୁ କହିଛନ୍ତି କି ସେ ନିଜର କାମରେ ବହୁତ ଖୁସି । ଏବଂ ବଡ ହୋଇ ମଧ୍ୟ ଏହି କାମ କରିବାକୁ ଚାହୁଁଛି ।

ଶିଙ୍ଗଦାଓ ଚେସ୍ ଆସୋସିଏସନ ର ଡାଇରେକ୍ଟର ୱାଙ୍ଗ ଶିଙ୍ଗ ଦାଓ, ଲି ଙ୍କୁ ଭେଟିବା ପରେ ପ୍ରଥମେ ତାଙ୍କ କାହାଣୀ ପୋଷ୍ଟ କରିଥିଲେ । ୱାଙ୍ଗ ଚୀନର ଏକ ମିଡିଆକୁ ପରେ କହିଥିଲେ କି କେମିତି ଲି ତାଙ୍କୁ ଏକ ବଡ ପାର୍ସଲ ମୁସ୍କିଲରେ ପକାଇଥିଲା । ଏବଂ କନଫର୍ମେସନ ସ୍ଲିପ୍ ରେ ସାଇନ୍ କରିବାକୁ କହିଥିଲେ । ଏବେ ଏଇ ଛୋଟ ପିଲାକୁ ନେଇ ବଡ ଡିବେଟ୍ ଆରମ୍ଭ ହୋଇଯାଇଛି । ସେ ସ୍କୁଲ ଯିବା ପାଇଁ ଅନେକ ସୋସିଆଲ ମିଡିଆ ୟୁଜର ପିଲାଙ୍କ ପାଇଁ ଟଙ୍କା ବି ଡୋନେଟ୍ କରିଛନ୍ତି । ଏବେ ଶିଙ୍ଗଦାଓର ଶାଇବେ ଜିଲ୍ଲାର ସରକାର ଏହି ପିଲାର ମା’ କୁ ଖୋଜିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ।

( ସୌଜନ୍ୟ- ନବଭାରତ ଟାଇମ୍ସ )