ସୋସିଆଲ ସାଇଟରେ ଭାଇରାଲ ଅନ୍ତରଙ୍ଗ ମୁୁହୂର୍ତ୍ତର ଭିଡ଼ିଓ ! ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ପୋଡାଜଳା

34

କନକ ବ୍ୟୁରୋ : ସୋସିଆଲ ସାଇଟରେ ଭାଇରାଲ ହେଲା ଅନ୍ତରଙ୍ଗ ମୁୁହୂର୍ତ୍ତର ଭିଡ଼ିଓ । ଏହାକୁ ନେଇ ଦେଖାଦେଇଛି ଉତ୍ତେଜନା । ଘଟଣା ଘଟିଛି ରାଉରକେଲା ଠାରୁ ପ୍ରାୟ ୬୦କିଲୋମିଟର ଦୂର ଅଙ୍କୁରପାଲି ପ୍ରକଳ୍ପ ଆଶ୍ରମ ସ୍କୁଲରେ । ସ୍କୁଲର ପାଚିକାଙ୍କ ସହ ଜଣେ ସ୍ଥାନୀୟ ମଦ ବ୍ୟବସାୟୀ ଯଶକେତନ ସାହୁଙ୍କର ଅନ୍ତରଙ୍ଗ ମୁୁହୂର୍ତ୍ତର ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ସ୍ଥାନୀୟ ଲୋକେ ଯଶକେତନଙ୍କ ଘରେ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି । ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଜଣେ ପାଚିକାଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ  । ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।