ଭାଇରାଲ ଭିଡିଓ ଏବଂ ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ ! ୮ଟି ପର୍ଣ୍ଣ ସାଇଟରେ ଭାଇରାଲ ହୋଇଛି ଶହେରୁ ଅଧିକ ଭିଡିଓ

36

କନକ ବ୍ୟୁରୋ : ରାଜଧାନୀରେ ଯୁବକଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣା ନେଉଛି ନୂଆ ମୋଡ । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ମିଳିଥିବା ସୂଚନାନୁସାରେ, ହତ୍ୟା କରାଯାଇଥିବା ଉନ୍ମୟ ଓ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ୧୦୦ରୁ ଅଧିକ ଭିଡିଓ ଭାଇରାଲ ହୋଇଛି । ଆଉ ୧୦୦ଟି ଯାକ ଭିଡିଓରେ ଉନ୍ମୟଙ୍କ ସହ ସେହି ଜଣେ ଯୁବତୀ ରହିଛନ୍ତି ।

ଆଉ ଏହି ଭିଜୁଆଲ ଗୁଡିକୁ ୮ଟି ପର୍ଣ୍ଣ ସାଇଟରେ ଅପଲୋଡ୍ କରାଯାଇଛି । ଏହିସବୁ ଭିଡିଓ ଏବେ ସାରା ରାଜ୍ୟରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସବୁ ଭିଡିଓ ଗୁଡିକୁ କିଏ କେଉଁ ଉଦ୍ଦେଶ୍ୟରେ ଭାଇରାଲ କରିଛି ଜଣା ପଡିନିି । ହେଲେ ଏହି ଭିଡିଓରେ ଥିବା ଯୁବତୀ ଜଣକ ଭାଇରାଲ ବାବଦରେ କିଛି ଜାଣି ନଥିବା କନକ ନ୍ୟୁଜକୁ କହିଛନ୍ତି ।

 

ଉନ୍ମୟ ହତ୍ୟାକାଣ୍ଡ ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ଉନ୍ମୟଙ୍କୁ କିଏ କାହିଁକି ହତ୍ୟା କରିଛି ସେନେଇ ଅଭିଯୁଙ୍କୁ ଚିହ୍ନଟ କରିପାରିନି । ତେବେ ହତ୍ୟାକାଣ୍ଡ ପଛରେ ଭାଇରାଲ ଭିଡିଓ ଏବଂ ତ୍ରିକୋଣୀୟ ପ୍ରେମ କାହାଣୀ ହୋଇଥିବା ପୁଲିସ ସନ୍ଦେହ କରୁଛି । ହତ୍ୟା ଘଟଣାରେ ଯୁବତୀଙ୍କ ଆଢୁଆଳରେ ଅନ୍ୟ କେହି ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିବା ନେଇ ମଧ ସନ୍ଦେହ କରୁଛି ପୁଲିସ । ହତ୍ୟା ଘଟଣାକୁ ନେଇ ପୁଲିସ ତନାଘନା କରୁଥିବା ବେଳେ, ହତ୍ୟାକାରୀର କିନ୍ତୁ ସୁରାକ ମିଳୁନାହିଁ । ଅତି ଚତୁରତାର ସହ ଉନ୍ମୟଙ୍କୁ ହତ୍ୟା କରାଯାଇଛ ବୋଲି ତଦନ୍ତ କରୁଥିବା ଅଧିକାରୀ ମାନେ ଅନୁଭବ କରୁଛନ୍ତି ।