ଖୋଲିବ ଉନ୍ମୟ ହତ୍ୟାକାଣ୍ଡର ରହସ୍ୟ ! ଭାଇରାଲ ଭିଡିଓ ମାମଲାରେ ୩ଜଣଙ୍କ ବୟାନ ରେକର୍ଡ କଲା କମିଶନରେଟ୍ ପୁଲିସ୍

46

କନକ ବ୍ୟୁରୋ: ଖୋଲିବ କୁଆଖାଈ ନଦୀ ପଠା ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡର ରହସ୍ୟ । ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୩ ଜଣଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୁଲିସ୍ । ଡିସିପି ସ୍ପେଶାଲ ସ୍କାର୍ଡ ଓ ମଂଚେଶ୍ୱର ପୁଲିସର ଏକ ଟିମ ପଚରାଉଚରା କରିଛନ୍ତି । ସନ୍ଦେହରେ ଗତକାଲି ବିଲମ୍ବିତ ରାତ୍ରିରେ ପୁଲିସ୍ ଏମାନଙ୍କୁ ଉଠାଇ ଆଣିଥିଲା । ସେମାନଙ୍କ ମଧ୍ୟରେ ଅଛନ୍ତି ଭିଡିଓରେ ଥିବା ଯୁବତୀ , ତାଙ୍କ ପୁରୁଷ ବନ୍ଧୁ ଓ ଜଣେ ସାଙ୍ଗ । ଏହା ସହିତ ସେମାନଙ୍କ ନିକଟରୁ ଲାପଟପ୍, ଚାର୍ଜର ଓ ପେନଡ୍ରାଇଭ୍ ମଧ୍ୟ ଜବତ କରିଥିବା ଜଣାପଡିଛି ।

ଏହି ଜବତ ସାମଗ୍ରୀରୁ କିଛି ସୁରକ୍ଷା ମିଳିପାରେ ବୋଲି ପୋଲିସ୍ ଅନୁମାନ କରୁଛି । ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଜେଲ ଯାଇଥିଲେ ଉନ୍ମୟ । ଜେଲରୁ ଫେରିବା ପରେ ତାଙ୍କୁ କିଏ ହତ୍ୟା କରି କୁଆଖାଇ ପଠାରେ ପୋଡି ଦେଇଥିଲେ । ଉନ୍ମୟଙ୍କ ଅଧାପୋଡା ଶବ ସହ ଗୋଟିଏ ଲ୍ୟାପଟପ୍ ଓ ମୋବାଇଲ୍ ଜବତ କରିଥିଲା ପୁଲିସ୍ ।

ତେବେ ଏହି ହତ୍ୟା ପଛରେ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ଥିବା ଅଭିଯୋଗ କରିଥିଲେ ଉନ୍ମୟଙ୍କ ଭାଇ । ଅନ୍ୟପଟେ ଉନ୍ମୟଙ୍କ ମୃତ୍ୟୁ ପରେ ବି ନୂଆ ଭିଡିଓ ଭାଇରାଲ ହେଉଥିବାରୁ ତୃତୀୟ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ ଘନେଇବାରେ ଲାଗିଛି ।