ବାରିପଦା ଭାଇରାଲ ଭିଡ଼ିଓ ଘଟଣା ପରେ ପୁଣି ଆସିଲା କଲେଜ ଛାତ୍ରୀଙ୍କ ଭାଇରାଲ ଭିଡ଼ିଓ! ସେପଟେ କେନ୍ଦୁଝରରେ ବି ଘଟିଲା ଅନୁରୂପ ଘଟଣା

38

କନକ ବ୍ୟୁରୋ :  ବିଜ୍ ବଜାରରେ ନିଲାମ୍ ହେଉଛି ଇଜ୍ଜତ୍ । ଖୋଲା ବଜାରରେ ଘୁରି ବୁଲୁଛି ଅନ୍ତରଙ୍ଗ ଏବଂ ଅସଞ୍ଜତ ମୁହୂର୍ତ୍ତର ଭିଡିଓ । ବାରିପଦାରେ ଅସାମାଜିକ ଯୁବକଙ୍କ ବର୍ବର କାଣ୍ଡ ପରେ ପୁଣି ସେହି ମୟୁରଭଂଜ ଜିଲ୍ଲାରୁ ଆସିଛି ଆଉ ଏକ ଭାଇରାଲ ଭିଡିଓର କାହାଣୀ । ବାରିପଦା ଉପକଣ୍ଠରେ ଥିବା ଏକ କଲେଜରେ ଯୁକ୍ତ ୩ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯୁବତୀ ଜଣକ ତାଙ୍କ ପୁଅ ସାଙ୍ଗରେ ମିଶି ଉଠାଇଥିବା ଏହି ଭିଡିଓ ନେଇ ଯୁବତୀଙ୍କ ବାପା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଉ ଏହି ଘଟଣାରେ ଶମ୍ଭୁ ବୋଷ ନାମକ ଜଣେ ଯୁବକକୁ ଗିରଫ କରିଛି ପୁଲିସ୍ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁବକ ଜଣକ ଯୁବତୀଙ୍କୁୂ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ପରେ କୌଣସି କାରଣରୁ ସଂପର୍କରେ ଫାଟ ଦେଖାଦେଇଥିଲା । ଏହି ଘଟଣା ପରେ ବି ବିବାହ ପାଇଁ ବାଧ୍ୟ କରି ଆସୁଥିଲା ଏହି ଯୁବକ ।

ଏମିତିକି କଥାରେ ରାଜି ନହେଲେ ସେହି ଦୁର୍ବଳ ମୁହୁର୍ତ୍ତର ଚିତ୍ର ଭାଇରାଲ କରିଦେବ ବୋଲି ଧମକ୍ ଦେଇ ଆସୁଥିଲା । ଆଉ ଶେଷରେ ଏହି ଭିଡିଓ ଭାଇରାଲ ହେବା ପରେ ଯୁବତୀଙ୍କ ବାପା ଟାଉନ ଥାନରେ ଏତଲା ଦାୟର କରିଛନ୍ତି । ଏହି ଘଟଣାରେ ପୁଲିସ ଆଇପିସିର ଥାରେ ୫୦୦, ୫୦୯, ୬୬ଡି ଏବଂ ଆଇଟି ଆକ୍ସ ଲଗାଇ ମାମଲାର ତଦନ୍ତ ଆରମ୍ଭ କରିଛି ।

ବାରିପଦା ଭଳି କେନ୍ଦୁଝରରେ ମଧ୍ୟ ଘଟିଛି ଏକ ଅନୁରୁପ ଘଟଣା । କିଛି ଅସାମାଜିକ ଯୁବକ, ଜଣେ ମହିଳାଙ୍କୁ ଉଲଗ୍ନ କରି ଭିଡିଓ ସୁଟ୍ କରିବା ସହ ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବାର ଏକ ସାଂଘାତିକ୍ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଅଂଚଳର ଏକ ଜଙ୍ଗଲରେ ମହିଳାଙ୍କୁ ଏକୁଟିଆ ପାଇ ଧମକ୍ଚମକ୍ ଦେଇ ଏହି ଭିଡିଓ ସୁଟ୍ କରାଯାଇଥିବାର ଅନୁମାନ କରୁଛି । ରାଜ୍ୟ ପୁଲିସ ନିର୍ଦ୍ଦେଶକ ଏହି ଘଟଣାର ତୁରନ୍ତ ତଦନ୍ତ କରି ଅପରାଧିଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।