ରହସ୍ୟରେ ରାମଦେବ ! ସୋସିଆଲ୍ ମିଡିଆରେ ବାବାଙ୍କ ମୃତ୍ୟୁ ଗୁଜବ

51

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯୋଗ ଗୁରୁ ବାବା ରାମଦେବଙ୍କ ଏକ ଫଟୋ । ହ୍ୱାଟସଆପ୍ , ୟୁଟ୍ୟୁବ୍ ଏବଂ ଫେସବୁକ ସବୁଠାରେ ଦେଖିବାକୁ ମିଳିଛି ବାବାଙ୍କ ଏହି ନିର୍ଦ୍ଦିଷ୍ଟ ଫଟୋ । ତେବେ ଏହା ରାମଦେବଙ୍କର ଯୋଗାବସ୍ଥାର ଫଟୋ ନୁହେଁ ବରଂ ଦୁର୍ଘଟଣା ବେଳର ଏକ ଫଟୋ । ଯେଉଁଥିରେ ଦେଖିବାକୁ ମିଳିଛି ଦୁର୍ଘଟଣା ଯୋଗୁଁ ବାବାଙ୍କ ମୃତ୍ୟୁ ହୋଇଛି ବୋଲି ।

ତେବେ ଏହି ଖବର ସଂପୂର୍ଣ୍ଣ ମିଛ ବୋଲି ଜଣା ପଡିଛି । ଖବର ପ୍ରଚାର ହେବାର ଅଳ୍ପ ସମୟ ମଧ୍ୟରେ ସୁସ୍ଥ ଥିବାର ଖବର ନିଜେ ରାମଦେବ ଜଣାଇଛନ୍ତି । ତେବେ କେହି ଦୁର୍ବୃତ୍ତ ରାମଦେବଙ୍କ ପୁରୁଣା ଫଟୋକୁ ବ୍ୟବହାର ଏପରି କରିଥିବାର ଜଣାପଡିଛି ।