ଇଟା କି ପଥର ନୁହେଁ, ୪୦ ହଜାର ମାନବ କଙ୍କାଳରେ ତିଆରି ହୋଇଛି ଏହି ଚର୍ଚ୍ଚ ! ଜାଣନ୍ତୁ କେଉଁ ଏବଂ କାହାକୁ ଆଧାର କରି ତିଆରି ହୋଇଛି ଏହି ଚର୍ଚ୍ଚ ।

73

ଆମ ଦେଶ ଭାରତରେ ଧର୍ମକୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଥାଏ । ଯେପରିକି ହିନ୍ଦୁ ଲୋକମାନେ ମନ୍ଦିର ପ୍ରତିଷ୍ଠା କରି ଭଗବାନଙ୍କୁ ପୂଜା କରିଥାନ୍ତି । ସେହିଭଳି ମୁସଲମାନ ମସଜିଦ ଏବଂ ଖ୍ରୀଷ୍ଟିଆନ ମାନେ ଚର୍ଚ୍ଚରେ ଭଗବାନଙ୍କୁ ପୂଜା କରିଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ସବୁ ଧର୍ମର ଲୋକମାନେ ନିଜ ନିଜର ଉପାୟରେ ଭଗବାନଙ୍କୁ ପୂଡାର୍ଚ୍ଚନା କରିଥାନ୍ତି । ମନ୍ଦିର ହୋଉ ଅବା ମସଜିଦ ହେଉ କିମ୍ବା ଚର୍ଚ୍ଚ ହେଉ ସେ ସବୁକୁ ମନୂଷ୍ୟ ପଥର ଏବଂ ସିମେଟରେ ତିଆରି କରିଥାଏ । କିନ୍ତୁ ଚେକ ଗଣରାଜ୍ୟରେ ଏପରି ଏକ ଚର୍ଚ୍ଚ ରହିଛି ଯାହା ପଥର ଓ ସିମେଣ୍ଟ ବଦଳରେ ମଣିଷ କଙ୍କାଳରେ ତିଆରି କରାଯାଇଛି ।

ବିଶ୍ୱରେ ଏହା ଗୋଟିଏ ଚର୍ଚ୍ଚ ନୁହେଁ ଏପରି ଅନେକ ଚର୍ଚ୍ଚ ରହିଛି ଯାହା ମଣିଷର ହାଡ କଙ୍କାଳରେ ତିଆରି କରାଯାଇଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ ୪୦ ହଜାର ଲୋକଙ୍କ ହାଡ କଙ୍କାଳ ବ୍ୟବହାର କରାଯାଇଛି । ଏଥି ସହିତ ଚର୍ଚ୍ଚକୁ ମଣିଷର ହାଡ କଙ୍କାଳ ଦ୍ୱାରା ମଧ୍ୟ ସୁସଜ୍ଜିତ କରାଯାଇଛି । ଚର୍ଚ୍ଚକୁ ସୁସଜ୍ଜିତ କରିବା ପାଇଁ ସର୍ବପ୍ରଥମେ ଶବ ପାଇଁ କବର ତିଆରି କରାଯାଇଥାଏ । ସେଥିରେ ଶବକୁ ରଖି ପୋତା ହୋଇଥାଏ । ଶବ ପୋତାଯିବାର କିଛି ବର୍ଷ ବିତିବା ପରେ ଶବର ହାଡ କଙ୍କାଳକୁ ବାହର କରାଯାଇ ଚର୍ଚ୍ଚର କାମରେ ବ୍ୟବହାର କରାଯାଇଥାଏ ।

ସୂଚନା ମୁତାବକ, ଏହି କାହାଣି ତ୍ରୟୋଦଶ ଶତାବ୍ଦିରୁ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ସନ୍ଥ ହେନେରିଙ୍କୁ ଇଶାଇଙ୍କ ପବିତ୍ର ଭୂମି ଫିଲିସ୍ପିନ ପଠାଯାଇଥିଲା । କୁହାଯାଉଛି କି, ୧୨୭୮ରେ ଯେତେବେଳେ ହେନେରି ଫିଲିସ୍ପିନରୁ ପର୍ତ୍ତ୍ୟାବର୍ତ୍ତନ କରିଥିଲେ ସେତେବେଳେ ସେ ତାଙ୍କ ସାଙ୍ଗରେ ସେଠାକାର ପବିତ୍ର ମାଟିରୁ କିଛି ସାଙ୍ଗରେ ଆଣିଥିଲେ । ଏହି ପବିତ୍ର ମାଟି ସେହି ସ୍ଥାନର ଥିଲା ଯେଉଁଠାରେ ଜିଶୁଙ୍କୁ ଶୁଳିରେ ଚଢାଇ ଯାଇଥିଲା । ସନ୍ଥ ଜଣକ ସେଠାରୁ ଆଣିଥିବା ମାଟିକୁ ଏକ ମଶାଣିରେ ପକାଇଦେଇଥିଲେ । ସେବେଠାରୁ ସେହି ସ୍ଥାନ ଲୋକମାନଙ୍କ ପାଇଁ ପ୍ରିୟ ସ୍ଥାନ ପାଲଟିଯାଇଛି । ପରେ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦିରେ ଚେକ ଗଣରାଜ୍ୟରେ ଏକ ବଡ ଆକାରର ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ହଜାର ହଜାର ସୈନ୍ୟ ପ୍ରାଣ ହରାଇଥିଲେ । ଏତେ ମାତ୍ରାରେ ଲୋକଙ୍କ ହୋଇଥିବା ମୃତ୍ୟୁ କାରଣରୁ ଶବ ପୋତିବା ପାଇଁ କେଉଁଠିବି ଟିକିଏ ସ୍ଥାନ ବଞ୍ଚିନଥିଲା । ତେଣୁ ସେଠାକାର ଲୋକ ଶବଗୁଡିକୁ ସନ୍ଥଙ୍କୁ ଦାନ କରିଦେଇଥିଲେ । ପରେ ସନ୍ଥ ବହୁ ବର୍ଷ ଶବ ଗୁଡିକୁ କବରରେ ରଖିଥିଲେ । ବହୁବର୍ଷ ବିତିବା ପରେ ସେହି ଶବ ଗୁଡିକୁ କବରରୁ ବାହର କରି ୧୮୭୦ରେ ଚେକ ଗଣରାଜ୍ୟରେ ଏକ ଚର୍ଚ୍ଚ ତିଆରି କରିଦେଇଥିଲେ । ଏବେ ଏହାର ସୁନ୍ଦରତା ଲୋକମାନଙ୍କ ପାଖରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ହଜାର ହଜାର ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଅନେକ ଦୁରଦୁରାନ୍ତରରୁ ଆସୁଛନ୍ତି । ଆଜିର ସମୟରେ ପ୍ରତିବର୍ଷ ପ୍ରାୟ ୨.୫ ଲକ୍ଷ ଲୋକ ଏହାକୁ ଦେଖିବା ପାଇଁ ଏଠାକୁ ଆସୁଛନ୍ତି ।