୩୦ମିନିଟର ପ୍ରଦର୍ଶନ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ୧୨ କୋଟି ଟଙ୍କା ଅଫର୍ !

46

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ ଖୁବ୍ ଚର୍ଚ୍ଚାରେ । ଆଉ ଟପ୍ ସେଲିବ୍ରିଟି ମଧ୍ୟ ପାଲଟିଛନ୍ତି । ପ୍ରିୟଙ୍କା ଚୋପ୍ରା ଏବେ ନିଜର ଇଣ୍ଟରନ୍ୟାସନାଲ୍ ସୋ’ ‘କ୍ୱାଣ୍ଟିକୋ’ର ସୁଟିଂ ରେ ବ୍ୟସ୍ତ । କିନ୍ତୁ ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଓ ଡିମାଣ୍ଡ ବଢିବାରେ ଲାଗିଛି । ଏହା ଇଣ୍ଡଷ୍ଟ୍ରୀର ପ୍ରଯୋଜକ ଓ ଇଭେଣ୍ଟ ଅର୍ଗାଜାଇଜସରଙ୍କୁ ଭଲ ଭାବେ ଜଣା । ଏହି କାରଣରୁ ବୋଧେ ତାଙ୍କୁ ଏକ ପୁରସ୍କାର ଉତ୍ସବରେ ୩୦ ମିନିଟ୍ ପରଫର୍ମେନ୍ସ ପାଇଁ ୧୨ କୋଟି ଟଙ୍କାର ଅଫର ଦିଆଯାଇଛି । ବଲିଉଡରେ ଚଳିତ ସମୟରେ ଏତେ ପଇସା ଆଗଧାଡିର ଅଭିନେତ୍ରୀ ଓ ଅନେକ ପ୍ରସିଦ୍ଧ ଅଭିନେତାମାନେ ପୁରା ଫିଲ୍ମ କଲେ ବି ମିଳେନାହିଁ ।

ପ୍ରିୟଙ୍କା ଏବେ ସୋସିଆଲ୍ ମିଡିଆ ଜରିଆରେ ନିଜର ଭାରତୀୟ ପ୍ରଶଂସକଙ୍କ ସହ ଯୋଡି ହୋଇଛନ୍ତି । ଏବଂ ଏହା ଜଣା ନାହିଁ କେବେ ସେ ବଲିଉଡ ଫିଲ୍ମକୁ ଫେରିବେ । କିନ୍ତୁ ଯେଉଁ ଭଳି ଏହି ପୁରସ୍କାର ଉତ୍ସବରେ ତାଙ୍କୁ କିଛି ମିନିଟ୍ ର ପ୍ରଦର୍ଶନ ପାଇଁ ୧୨ କୋଟି ଟଙ୍କା ଦିଆଯାଉଛିି । ଏଥିରୁ ଅନୁମାନ କରାଯାଉଛି କି ପ୍ରିୟଙ୍କାଙ୍କ ଷ୍ଟାରଡମ୍ ଖୁବ୍ ଅଧିକ ବଢିଯାଇଛି । ଏହା ଏମିତି ଏକ ଡିଲ୍ ଯାହାକୁ କେବଳ ପ୍ରିୟଙ୍କା ହିଁ ଏଡେଇ ପାରିବେ ।

ସୂଚନା ଯେ, ଏହି ବର୍ଷ ଏକ ପୁରସ୍କାର ସୋ’ରେ ତାଙ୍କୁ ଡକାଯାଇଥିଲା , କିନ୍ତୁ ପ୍ରିୟଙ୍କା ଯିବାକୁ ମନାକରିଦେଇଥିିଲେ । ରିପୋର୍ଟ ଅନୁସାରେ , ପ୍ରିୟଙ୍କା ବଲିଉଡର ଟପ୍ ଅଭିନେତ୍ରୀଙ୍କ ଠାରୁ ଅଧିକ କମ୍ ଟଙ୍କା ନେବାକୁ ପ୍ରସ୍ତୁତ ନଥିଲେ ।