ମୁକେଶ ଅମ୍ବାନୀ ପାଖରେ କୌଣସି ଟଙ୍କା କି କାର୍ଡ ନେଇ ଯା’ନ୍ତି ନାହିଁ ! ଅନ୍ୟ କିଏ ତାଙ୍କର କରନ୍ତି ପେମେଣ୍ଟ, କାହିଁକି ଜାଣନ୍ତି ?

40

ମୁ୍ମ୍ବାଇ : ବେଳେବେଳେ ଅନେକଙ୍କ ମନରେ କୌଣସି ସେଲିବ୍ରିଟି ହେଉ ବା ଦେଶର କୌଣସି ଧନୀ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ଇଚ୍ଛାହୁଏ । ସେମାନେ କିପରି ଜୀବନ ବିତାନ୍ତି ? କଣ ଖାଆନ୍ତି ? ତାଙ୍କର ଦିନଚର୍ଯ୍ୟା କେମିତି କଟେ ? ଆପଣଙ୍କ ମନରେ ବି ଏମିତି କେବେ କୌଣସି ବିଷୟକୁ ନେଇ ଭାବନା ଜାତ ହୋଇଥିବ । ଏମିତି ଏକ ଖବର ନବଭାରତ ଟାଇମ୍ସରେ ପ୍ରକାଶିତ ହୋଇଛି । ଯାହାକି ବେଳେ ବେଳେ ଲୋକଙ୍କ ମନରେ ଏମିତି ଭାବନା ସୃଷ୍ଟି ହୋଇଥାଏ । ନିଶ୍ଚୟ କେବେ ଆପଣ ଭାବିଥିବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଦିନରେ କେତେ ଖର୍ଚ୍ଚ କରୁଥିବେ । କେମିତି ସେ ଜିନିଷ କିଣୁଥିବେ । ପାଖରେ କଣ ସେ ଆମ ଭଳି ଟଙ୍କା ବା କ୍ରେଡିଟ୍ କି ଡେବିଟ୍ କାର୍ଡ ରଖିଥିବେ କି ? ତାଙ୍କୁ ନେଇ ଏମିତି ଭାବନା ସମସ୍ତଙ୍କ ମନରେ ହୋଇଥାଏ ।

ରିଲାଏନ୍ସ ଇଂଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ୍ ଅମ୍ବାନୀ ନିଜେ ଏଇ କଥାର ଖୁଲାସା କରି କହିଛନ୍ତି, ସେ କେବେ ବି ନିଜ ସାଥିରେ କ୍ୟାସ୍ କି କୌଣସି କାର୍ଡ ନେଇ ଯାଆନ୍ତି ନାହିଁ । ଏହା ଆଜିର ନୁହେଁ ତାଙ୍କର ପିଲା ଦିନରୁ ହିଁ ଏମିତି ହୋଇଆସିଛି । ମୁକେଶ ଅମ୍ବାନୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି ପିଲାଦିନୁ ନେଇ ଆଜି ଯାଏ ମୁଁ ଟଙ୍କା କି କାର୍ଡ ପାଖରେ ରଖିନାହିଁ । ମୋତେ କେବେ ବି କୌଣସି ଅର୍ଥ ବା କାର୍ଡର ଦରକାର ପଡିନି । ଯେତେବେଳେ କୌଣସି ପେମେଣ୍ଟ କରିବାକୁ ହୋଇଥାଏ ତ ମୋ ସାଥିରେ କିଏନା କିଏ ଥାଏ ଯିଏ ସବୁ ପେମେଣ୍ଟ କରିଥାଏ ।

ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏକ ମାସ ପୂର୍ବେ ଏସିଆର ସବୁଠୁ ଧନୀ ବ୍ୟକ୍ତିର ଆସନ ପାଇଛନ୍ତି । ଫୋର୍ବସ ତରଫରୁ ରିୟଲ ଟାଇମ୍ ବିଲିୟନସର ତାଲିକାରେ ୪୨.୧ ଅରବ ଡଲାର ଅର୍ଥାତ୍ ପାଖାପାଖା ୨୭,୧୮,୨୦,୩୩,୪୦,୦୦୦ ଟଙ୍କାର ସଂପତ୍ତି ସହ ଚୀନର ୟାନଙ୍କୁ ହଟେଇ ଏସିଆର ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ରହିଛନ୍ତି ମୁକେଶ