ବଡବାବୁଙ୍କ ପାଇଁ ବଡଦାଣ୍ଡ ! ଭିଆଇପି ପାର୍କିଂ ପାଇଁ ପୋଲିସ୍ ଜାରି କରିଛି କଟକଣା

20

କନକ ବ୍ୟୁରୋ : ରଥଖଳାରେ ଭିଆଇପିଙ୍କ ପାର୍କିଂ ବ୍ୟବସ୍ଥା । ଏହାକୁ ନେଇ ପ୍ରକାଶ ପାଇଛି ପ୍ରତିକ୍ରିୟା । ରଥକାଠ ପୁରୀ ପଂହଚୁଥିବା ବେଳେ ଏହାକୁ ରଖିବା ପାଇଁ ଏବେ ଜାଗା ନାହିଁ । ଖୋଦ ଏସପିଙ୍କ ନିର୍ଦ୍ଦେଶରେ ଏହି ସ୍ଥାନ ଭିଆଇପିଙ୍କ ପାର୍କିଂ କରାଯାଉଛି । ପ୍ରଶାସନର ଏଭଳି ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ମରିଚିକୋଟ ଛକଠାରୁ ବଡ ଆଖଡାମଠ ପର୍ଯ୍ୟନ୍ତ ବଡଦାଣ୍ଡରେ ରଥକାଠ ରଖାଯାଇଥାଏ । ଏପଟେ କାଠ ରଖିବାକୁ ଜାଗା ମିଳୁନଥିବାରୁ ଏହାକୁ ନେଇ ଭୋଇସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଶ୍ରୀଜଗନ୍ନାଥଙ୍କ ବିଧି ବ୍ୟବସ୍ଥାର ଅବହେଳାକୁ କୌଣସିମତେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା । ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ସେବାୟତ ।