କଟକ : ନିଆଳୀ ପୋଦନା ଗାଁରେ ପ୍ରଥମ ପର୍ଯ୍ୟାୟ ଭୋଟ ପରେ ବଢିଛି ରାଜନୈତିକ ଅସହିଷ୍ଣୁତା

52

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟ ପରେ ବଢିଛି ରାଜନୈତିକ ଅସହିଷ୍ଣୁତା । କଟକ ନିଆଳୀ ପୋଦନା ଗାଁରେ କଂଗ୍ରେସ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପୂର୍ବତନ କଂଗ୍ରେସ ବିଧାୟକ ରବିନ୍ଦ୍ର ମଲ୍ଲିକଙ୍କ ଘରେ ପଶି ବିଜେଡି କର୍ମୀ ଭଙ୍ଗାରୁଜା କରିବା ସହ ତାଙ୍କ ଗାଡି ପୋଡି ଦେଇଥିବା ଅଭିଯୋଗ ହୋଇଛି । ରବିନ୍ଦ୍ରଙ୍କ ଗାଡି ପୋଡିବା ସହ ତାଙ୍କର ୩ଟି ଧାନଗଦାରେ ନିଆଁ ଲଗାଇ ଦେଇଛନ୍ତି । ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଭିତରେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ଗାଁରେ ଉତ୍ତେଜନା ଲାଗି ରହିଛି । ପୋଦନା ଗାଁ ଏବେ ପୁରୁଷଶୂନ୍ୟ ହୋଇଥିବା ବେଳେ ପୁଲିସ ସେଠାରେ ପଇଁତରା ମାରୁଛି ।