ବଲିଉଡ ଅଭିନେତା ବିନୋଦ ଖାନ୍ନାଙ୍କ ସ୍ଥିତିରେ ସୁଧାର ! ଡାକ୍ତରଖାନା କର୍ତ୍ତୃପକ୍ଷ ତରଫରୁ ସୂଚନା

24

ବଲିଉଡର ବିଗତ ଦିନର ଲୋକପ୍ରିୟ ନାୟକ ବିନୋଦ ଖାନ୍ନାଙ୍କ ଶରୀରରେ ପାଣିର ମାତ୍ରା କମ ଯୋଗୁଁ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତା’ପରେ ବିନୋଦ ଖାନ୍ନାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ଶୁଣିବାକୁ ମିଳିଥିଲ । କେବଳ ଏତିକି ନୁହଁ ତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ମଧ୍ୟ ଖବର ଆସିଥିଲା ।

କିନ୍ତୁ ଏବେ ମେଡିକାଲ କର୍ତ୍ତୃପକ୍ଷ ତରଫରୁ ବିନୋଦ ଖାନ୍ନାଙ୍କ ସ୍ଥିତକୁ ନେିଇ ଏକ ସ୍ଫଷ୍ଟ ସୂଚନା ମିଳିଛି । ଏହି ସୂଚନାରେ କୁହାଯାଇଛି ‘ଶରୀରରେ ପାଣିର ମାତ୍ରା କମ୍ ଥିବାରୁ ତାଙ୍କର ଅବସ୍ଥା ହଠାତ ବିଗିଡି ଯାଇଥିଲା । ଏବେ ଧୀରେ ଧୀରେ ତାଙ୍କ ସ୍ଥିତିରେ ସୁଧାର ଆସୁଛି ବୋଲି ଜଣାଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ।