ଅପହରଣର ଖଳନାୟକ : ୫ ବର୍ଷ ତଳର କାହାଣୀ

36

ମାଲକାନଗିରି : ୫ ବର୍ଷ ତଳର ବହୁ ଚର୍ଚ୍ଚିତ ଭିନିଲ୍ କ୍ରିଷ୍ଣା ଅପହରଣ ଘଟଣାରେ ଏକ ନୂଆ ତଥ୍ୟ ପଦାକୁ ଆସିଛି । କେମିତି ଜିଲ୍ଲାପାଳଙ୍କୁ କରାଯାଇଥିଲା ଅପହରଣ । ସେହି ଘଟଣାର ଆଜି ପର୍ଦାଫାସ ହୋଇଛି । ସିନେମା ଷ୍ଟାଇଲରେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିବା ପାଇଁ ଜାଲ ବିଛାଯାଇଥିଲା । ପୁରା ପ୍ଲାନ ଅନୁସାରେ ତତକାଳୀନ ଜିଲ୍ଲାପାଳଙ୍କୁ ଘନ ଜଂଗଲ ଭିତରକୁ ଜନସମ୍ପର୍କ ଶିବିରରେ ଯୋଗ ଦେବାକୁ ନିଆଯାଇଥିଲା । ଆଉ ଏହି ପ୍ଲାନକୁ ରୂପ ଦେଉଥିଲେ ଜଣେ ସରକାରଙ୍କ ଠିକା କର୍ମଚାରୀ ତପନ ଶାହା । ତପନ ନିଜକୁ ବିକ୍ରି କରି ଦେଇଥିଲା ମାଓବାଦୀଙ୍କ ପାଖରେ । ଆଉ ମାଓବାଦୀଙ୍କ ଯୋଜନାକୁ ଦେଇଥିଲା ରୂପ । ତେବେ ଏହି ଘଟଣା ସେତେବେଳେ ଚହଳ ଖେଳାଇ ଥିଲା ସାରା ଦେଶରେ । ଆଉ ଦୀର୍ଘ ୯ ଦିନ ପରେ ମୁକ୍ତ ହୋଇଥିଲେ ଭିନିଲ କ୍ରିଷ୍ଣା  ।

ଆଜି ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ଅପହରଣ ଘଟଣାରେ ରାୟ ଶୁଣାଇଛନ୍ତି । ଅପହରଣର ମାଷ୍ଟର ମାଇଣ୍ଡ ତପନ ଶାହାକୁ ଆଜୀବନ କାରାଦଣ୍ଡ ହୋଇଛି । ତପନ ସହ ଅପହରଣରେ ସାମିଲ ଥିବା ମହିଳା ମାଓବାଦୀ ଦିବ୍ୟାକୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି ।