ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ୍ : ଅଯଥା ଖର୍ଚ୍ଚ ନକରି ସାମାଜିକ ରୀତିନୀତିରେ କରିବେ ବିବାହ

ବିନେଶ ଫୋଗାଟ୍ ଜିନ୍ଦର ପହିଲମାନ ସୋମବୀର ରାଠିଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି ।

167

କମନୱେଲଥ ଓ ଏସିଆନ ଗେମରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦାଦରୀର ପ୍ରିୟ ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ ୧୩ ଡିସେମ୍ବରରେ ପହିଲମାନ ସୋମବୀର ରାଠିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ବିନେଶ ଓ ତାଙ୍କ ପରିବାର ଲୋକେ ନିର୍ଣ୍ଣୟ ନେଇଛନ୍ତି କି, ତାଙ୍କର ପୈତୃକ ଗ୍ରାମ ବଲାଲିରେ ଅଯଥା ଖର୍ଚ୍ଚ ନକରି ସାମାଜିକ ରୀତିନୀତି ଅନୁସାରେ, ସାଧାରଣ ବିବାହ କରାଯିବ । ଯେଉଁଥିରେ ପରିବାର ଓ ସଂପର୍କୀୟ ଉପସ୍ଥିତ ରହିବେ । ଏମିତିରେ ବିବାହ କାର୍ଡ କେବଳ ନିକଟ ସଂପର୍କୀୟଙ୍କୁ ହିଁ ପଠାଯାଇଛି ।

ସୂଚନାଯୋଗ୍ୟ, ଚରଖି ଦାଦରୀର ଗାଁ ବଲାଲିରେ ରହୁଥିବା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ଗୀତା-ବବିତା ଫୋଗାଟଙ୍କ ଦାଦା ଝିଅ ବିନେଶ ଫୋଗାଟ୍ ଜିନ୍ଦର ପହିଲମାନ ସୋମବୀର ରାଠିଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି । ବିନେଶ ଫୋଗାଟ୍ ଭାରତୀୟ ରେଳବାଇରେ କାର୍ଯ୍ୟରତ । ଏବଂ ସୋମବୀର ରାଠି ମଧ୍ୟ ରେଳବାଇରେ ଚାକିରୀ କରନ୍ତି ଏବଂ ଏହି ସମୟରେ ରାଜସ୍ଥାନରେ ଟିଟିଇ ପଦରେ ଅଛନ୍ତି । ରେଳବାଇରେ ଚାକିରୀ ସମୟରେ ଉଭୟେ ଉଭୟଙ୍କ ନିକଟତର ହୋଇଥିଲେ ।