ବୁର୍ଲା ମେଡିକାଲ କଲେଜର ୨ ଜୁନିୟର ଡାକ୍ତରଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ !

30

କନକ ବ୍ୟୁରୋ : ଭିମସାରର ଦୁଇ ଜଣ ଜୁନିୟର ଡାକ୍ତରଙ୍କୁ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ଭିମସାର ବିବାଦକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବାବେଳେ ଡାକ୍ତରଙ୍କ ବିରୋଧରେ ବୁର୍ଲା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଭିମସାର ନିର୍ଦ୍ଦେଶକ ଡାକ୍ତରୀ ଅଶ୍ୱିନୀ ପୂଜାହାରୀଙ୍କ ଘର ଉପରେ ଆକ୍ରମଣ ଏବଂ ରୋଗୀ ସମ୍ପର୍କୀୟଙ୍କୁ ମାଡ ମାରିବା ନେଇ ଦୁଇଟି ମାମଲା ରୁଜୁ ହୋଇଥିଲା ।

ଝାରସୁଗୁଡାର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ବୁଲା ଥାନାରେ ପୃଥକ୍ ପୃଥକ୍ ଏତଲା ରୁଜୁ ହୋଇଛି । ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ପାଇଁ ଡାକ୍ତର ବଳଭଦ୍ର ସାମନ୍ତରାୟ ଓ ଡାକ୍ତର ବିନୋଦ ପ୍ରସାଦ ବାରିକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇଟି ଯାକ ଆବେଦନର ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି ।