ଛାତ୍ର ଆନ୍ଦୋଳନ ଥମିଲା,ଜନ ଆନ୍ଦୋଳନ ତେଜିଲା । ଭିମସାର ନିର୍ଦ୍ଦେଶକଙ୍କ ବଦଳିର ପ୍ରତିବାଦରେ ବୁର୍ଲା ବନ୍ଦ, ଚକାଜାମ

ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

153

କନକ ବ୍ୟୁରୋ: ବୁର୍ଲା ମେଡିକାଲରେ ଜୁନିୟର ଡକ୍ତର ଓ ନିର୍ଦ୍ଦେଶକଙ୍କ ବିବାଦ ବଢ଼ୁଥିବା ବେଳେ ଆଜି ବୁର୍ଲା ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବୁର୍ଲା ବନ୍ଦ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଆଉ ସଚେତନ ନାଗରିକ କମିଟି  ବନ୍ଦ ପାଳନକୁ ବିଜେପି ସମର୍ଥନ କରି ରାସ୍ତାରୋକ କରିଥିଲା ।

ଭିମସାର ନିର୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବଦଳକୁ ଯୋରଦାର ବିରୋଧ କରିଛି ସଚେତନ ନାଗରିକ କମିଟି । ବଦଳିକୁ ବିରୋଧ କରି ୧୨ ଘଂଟା ପାଇଁ ବୁର୍ଲା ରହିଥିଲା । ରାସ୍ତାଘାଟରେ ଟାୟାର ଜାଳି କମିଟିର ସଦସ୍ୟମାନେ ବନ୍ଦ ପାଳନ କରିଥିଲେ । ଦୋକାନ ବଜାର ବନ୍ଦ ରହିବା ସହିତ ଅଫିସ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଗାଡ଼ି ଚଳାଚଳା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିଲା । ସଚେତନ ନାଗରିକ କମିଟିର ବନ୍ଦ ପାଳନକୁ ସମର୍ଥନ କରିଛି ବିଜେପି ।

ସେପଟେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ନିର୍ଦ୍ଦେଶକ ଓ ଜୁନିୟର ଡକ୍ତରଙ୍କ ମଧ୍ୟରେ ଉପୁଜିଥିବା ବିବାଦର ତଦନ୍ତ କରିଛନ୍ତି ସରକାରଙ୍କ ଚାରି ଜଣିଆ କମିଟି । ତଦନ୍ତରେ ନିର୍ଦେଶକଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ସରକାର ତାଙ୍କୁ ଛୁଟିରେ ରହିବାକୁ କହିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ତେବେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ବୁର୍ଲା ମେଡିକାଲରେ ଠିକ କାମ କରୁଥିବା ବେଳେ ତାଙ୍କୁ କାହିିଁକି ହଟାଯାଉଛି ବୋଲି ଆନ୍ଦୋଳନକାରୀ ପ୍ରଶ୍ନ ଉଠାଇଛନ୍ତି । ବନ୍ଦ ବେଳେ ସୁରକ୍ଷା ଦୃଷ୍ଟିରୁ ବୁର୍ଲାରେ ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।