ପୁରଣ ହେଲା ଦୀର୍ଘ ଦିନର ଦାବି ! ଏଣିକି ଭିମସାରର ନିର୍ଦ୍ଦେଶକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନେଇପାରିବେ ନିଷ୍ପତି

25

କନକ ବ୍ୟୁରୋ: ଦୀର୍ଘ ଦିନର ଦାବି ହେଲା ପୁରଣ । ଏଣିକି ଭିମସାରର ନିର୍ଦ୍ଦେଶକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନେଇପାରିବେ ନିଷ୍ପତି । ଭିମସାର ନିର୍ଦ୍ଦେଶକଙ୍କୁ ପୂର୍ଣ୍ଣ ଆର୍ଥିକ ଏବଂ ପ୍ରଶାସନିକ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବା ସହ ବିଭିନ୍ନ ନୂଆ ଯୋଜନା ହାତକୁ ନିଆଯାଇପାରିବ ।

ମେଡ଼ିକାଲର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରିବେ ନିିର୍ଦ୍ଦେଶକ । ଏପରିକି କୈାଣସି ଡ଼ାକ୍ତର କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କଲେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବେ ମେଡ଼ିକାଲ ନିର୍ଦ୍ଦେଶକ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –