ଭାରତର କିଛି ସ୍ୱତନ୍ତ୍ର ଗାଁ ! କେଉଁ ଗାଁ ଅଧିକ ହାଇଟେକ୍ ତ ଆଉ କେଉଁ ଗାଁ ଅଧିକ ଶିକ୍ଷିତ

162

ଭାରତରେ ଅନେକ ଏପରି ଗାଁ ଅଛିି, ଯାହାର ରହିଛି ନିଜର ସ୍ୱତନ୍ତ୍ର ପରିଚୟ । କେଉଁ ଗାଁ ସବୁଠାରୁ ଅଧିକ ହାଇଟେକ୍ ତ କେଉଁ ଗାଁ ସ୍ୱଚ୍ଛ ଆଉ ଶିକ୍ଷିତ ।

ସବୁଠାରୁ ପ୍ରଥମେ ସୂର୍ଯ୍ୟୋଦୟ ହେଉଥିବା ଗାଁ –

ମିଆଁମାର ଓ ଚୀନ ସୀମାରେ ଗୋଟିଏ ଗାଁ ଅବସ୍ଥିତ, ଯାହାର ନାମ ହେଲା ଡୋଙ୍ଗ । ଏହି ଗାଁର ଲୋକସଂଖ୍ୟା ବହୁତ କମ୍ । ଭାରତର ସର୍ବ ପ୍ରଥମ ସୂର୍ଯ୍ୟେଦାୟ ଏହି ଗାଁର ଲୋକମାନେ ଦେଖନ୍ତି । ଡୋଙ୍ଗରେ ସକାଳେ ୫ ଟା ୫୫ ମିିନିଟରେ ସୂର୍ଯ୍ୟୋଦୟ ହୋଇଯାଏ ଓ ୪.୩୦ରେ ସୂର୍ଯ୍ୟ ଅସ୍ତ ହୋଇଯାଏ ।

ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ-

ମେଘାଳୟର ମାୱଲାଙ୍ଗକୁ ସବୁଠାରୁ ସ୍ୱଚ୍ଛ ଗାଁ ରୂପେ ପରିଚିତ । ଏଠାରେ ଅବ୍ୟବହୃତ ଜିନିଷକୁ ଏକ ବଡ଼ ଗାଡ଼ରେ ପକାଇ ଖାତ ପ୍ରସ୍ତୁତ କରାଯାଏ । ୨୦୦୩ରେ ଏହି ଗାଁକୁ ଏସିଆର ଓ ୨୦୦୫ରେ ଭାରତର ସବୁଠାରୁ ସ୍ୱଚ୍ଛ ଗାଁ ଘୋଷିତ କରାଯାଇଥିଲା ।

ସୁରକ୍ଷିତ ଗାଁ-

ମହାରାଷ୍ଟ୍ରର ଶନି ଶିଗନାପୁରକୁ ସବୁଠାରୁ ସୁରକ୍ଷିତ ଗାଁ କୁହାଯାଏ । ଏଠାେରେ ଲୋକମାନେ ଘରେ, ଦୋକାନରେ କୌଣସି କବାଟ କିମ୍ବା ତାଲା ଦିଅନ୍ତି ନାହିଁ । ମାନ୍ୟତା ଅନୁସାରେ ଭଗବାନ ଶନି ତାଙ୍କ ରକ୍ଷା କରନ୍ତି ।

ସବୁଠାରୁ ଶିକ୍ଷିତ ଗାଁ –

ଉତ୍ତର ପ୍ରଦେଶର ଅଲ୍ଲୀଗଡ଼ ସ୍ଥିତ ଧୋରା ଗାଁକୁ ସବୁଠାରୁ ଶିକ୍ଷିତ ଗାଁ କୁହାଯାଏ । ଏହା ସବୁଠାରୁ ଶିକ୍ଷିିତ ଗାଁର ତାଲିକାରେ ଶୀର୍ଷରେ ରହିଛି । ଏଠାରେ ୭୫ ପ୍ରତିଶତ ଲୋକ ଶିକ୍ଷିତ ।

ସୂର୍ଯ୍ୟ ରଶ୍ମୀରେ ଚିକମିକ କରୁଥିବା ଗାଁ –

୩୦ ବର୍ଷ ପର୍ଯ୍ୟନ୍ତ ଅନ୍ଧାରରେ ରହୁଥିବା ଗାଁ ଆଜି ପୁରାପୁରି ରୂପେ ସୋଲାର ପ୍ୟାନେଲ ଉପରେ ନିର୍ଭରଶୀଳ । ଏଠାରେ ବିଜୁଳି ପାଁଇ କୌଣସି ଖୁଂଟ ଲାଗି ନାହିଁ । କେବଳ ସୂର୍ଯ୍ୟ ଶକ୍ତିରୁ ପୁରା ଗାଁ ଆଲୋକିତ ହୋଇ ଚିକମିକ କରେ । ଏଙ୍ଖୋରେ ସୋଲାର ପାୱ୍ୱାର ମାଇକ୍ରୋ ଗ୍ରିଡ଼ ଲାଗିଛି । ଯାହା ୨୪ ଘଂଟା ଗାଁକୁ ବିଜୁଳି ଯୋଗାଏ ।

ଅଧିକ ହାଇଟେକ୍ ଗାଁ –

ଗୁଜରାଟର ପୁଂସାରୀ ଗାଁ ବହୁତ ହାଇଟେକ୍ । ଏଠାରେ ଆପଣଙ୍କୁ ଏସି ଠାରୁ ଆରମ୍ଭ କରି ୱାଇଫାଇ ତଥା ଯିବା ଆସିବା ପାଇଁ ଛୋଟ ଛୋଟ ବସ ସବୁ ଉପଲବ୍ସ । ଏହି ଗାଁରେ ପ୍ରତି ଖମ୍ବରେ ସିସିଟିଭି ଲାଗିଛି ।

ସବୁଠାରୁ ଧନୀ ଗାଁ –

ମହାରାଷ୍ଟ୍ରର ଅହମଦାବାଦରେ ହିୱରେ ବାଜାର ନାମ ଏକ ଗାଁ ରହିଛି । ଯେଁଉଁଠି ଏକ କିମ୍ବା ଦୁଇ ନହେଁଁ ପୁରା ୬୦ ଜଣ କୋଟି ପତି ଅଛନ୍ତି । ଏଠାରେ ଗରୀବ ସୀମାରେଖା ତଳେ ନାହାନ୍ତି କୌଣସିି ବି ପରିବାର ।

ପ୍ରଥମ ସବୁଜ ଗ୍ରାମ –

ନାଗାଲାଣ୍ଡର ଖୋନାମା ଗାାଁ ସବୁଠାରୁ ଅଧିକ ସବୁଜ ଗାଁ ରୂପେ ପରିଚିତ । ଏହି ଗାଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଏହାକୁ ଭାରତର ପ୍ରଥମ ସବୁଜ ଗାଁ କୁଯାହାଏ । ଏଠାରେ ଗଛ କାଟିବାକୁ କଡ଼ାକଡ଼ି ନିସେଦ୍ଧ କରାଯାଇଛି ।

ଶିଶୁକନ୍ୟା ଜନ୍ମ ନେଲେ ଲଗାଯାଏ ୧୧୧ ଟି ଗଛ –

ରାଜସ୍ଥାନର ପିପଲାନ୍ତରୀ ଗାଁରେ ଏକ ପରମ୍ପରା ରହିଛି । ଏହି ଗାଁରେ ଶିଶୁ କନ୍ୟା ଜନ୍ମ ନେଲେ ୧୧୧ ଟି ଗଛ ଲଗାଯାଏ ।