ପଥର ମାଫିଆଙ୍କୁ ପାନେ ! ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ହାତକୁ ନେଲେ ଆଇନ,ଦୁଇଟି ପଥର କଟା ମେସିନ ଜାଳିଦେଲେ ଗାଁଲୋକ

30

କନକ ବ୍ୟୁରୋ: ଯାଜପୁରରେ ଗାଡି ଜାଳିଲେ ଗାଁଲୋକେ । ଚୋରା ପଥର ଚାଲାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କରଡାପାଳ ଗାଁରେ ପଥର ଖାଦାନରେ ଖଣିଜ ସମ୍ପଦ ଲୁଟ ଚାଲିଥିବା ବେଳେ ଏହାକୁ ବିରୋଧ କରି ୨ଟି ପଥରକଟା ମେସିନକୁ ନିଆଁ ଲଗାଇ ଦେଇଛନ୍ତି ଗ୍ରାମବାସୀ । ପ୍ରଶାସନକୁ କିଛି କାର୍ଯ୍ରାନୁଷ୍ଠାନ ନନେବାରୁ ଆଇନକୁ ହାତକୁ ନେଇଛନ୍ତି ଗାଁଲୋକେ ।

ପାୱାର ଟିଲର ଓ ପଥର କଟା ମେସିନରେ ନିଆଁ । ଚୋରା ପଥର ଚାଲାଣକୁ ବିରୋଧ କରି ପାୱାର ଟିଲର ଓ ପଥର କଟା ମେସିନ ଜାଳିଦେଲେ ଗ୍ରାମବାସୀ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କରଡାପାଳ ଗାଁରେ ପଥର ଖାଦାନରେ ଖଣିଜ ସମ୍ପଦ ଲୁଟ ଚାଲିଥିବା ବେଳେ ଏହାକୁ ବିରୋଧ କରି ୨ଟି ପଥରକଟା ମେସିନକୁ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକ । ଦୀର୍ଘ ଦିନ ଧରି ଏଠାରେ ପଥର ମାଫିଆମାନେ ବେଆଇନ ଭାବେ ପଥର କାଟି ଚୋରା ବେପାର କରୁଛନ୍ତି । ଏନେଇ ଗ୍ରାମବାସୀ ମାନେ ବିଭିନ୍ନ ପ୍ରଶାସନକି ଅଧିକାରୀଙ୍କ ପାଖରେ ଅଭିଯୋଗ ପରେ କିଛି ସୁଫଳ ନମିଳିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ।

୨ ଦିନ ତଳେ ଚୋରାକାରବାର କରୁଥିବା ସମୟରେ କରଡାପାଳ ଗ୍ରାମବାସୀ ଏକାଠି ହୋଇ ଘଟଣାସ୍ଥଳରେ ପହଚିଂଥିଲେ । ଗ୍ରାମବାସୀମାନେ ମାଫିଆଙ୍କୁ ଦେଖି ଛତ୍ରଭଙ୍ଗ ଦେବା ପରେ ଗାଁଲୋକ ସେଠାରେ ୨ଟି ପାୱାରରେ ନିଆଁ ଲଗାଇଦେଇଥିଲେ । ଏହାସହ ୭ଶହ ଏକର ମୂଲ୍ୟବାନ ଜଙ୍ଗଲକୁ ମଧ୍ୟ କାଟି ପକାଉଛନ୍ତି ମାଫିଆ । ମାଫିଆମାନଙ୍କ ପଥର କଟା ମେସିନକୁ ପୋଡି ଦେବା ସହ ଜଙ୍ଗଲର ସୁରକ୍ଷା ପାଇଁ ଅଂଟା ଭିଡିଛନ୍ତି ।