ବାଲେଶ୍ୱର ଗୋପିନାଥ ଗ୍ରାମପଂଚାୟତରେ ଅଭାବନୀୟ ଘଟଣା ! ଚାଷ ଜମିରେ ନିଆଁ ଲଗାଇ ବିଲ ମଝିରେ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ଗାଁଲୋକ

23

କନକ ବ୍ୟୁରୋ : ଚାଷ ଜମିରେ ନିଆଁ ଲଗାଇ ବିଲ ମଝିରେ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ଗାଁଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜୟରାମପୁର ଗୋପିନାଥ ଗ୍ରାମପଂଚାୟତରେ । ବିଦ୍ୟୁତ ଟାନ୍ସଫର୍ମର ପୋଡିଯିବା କାରଣରୁ ଚାଷ ଜମିରେ ନିଆଁ ଲାଗି ଯାଇଥିଲା । ଏହାକୁ ପ୍ରତିବାଦକରି ପୁଣି ଚାଷ ଜମିରେ ନିଆଁ ଲଗାଇ ଦେଇଥିଲେ ଚାଷୀ । ଏହାସହ ଘଟଣାସ୍ଥଳକୁ ଯାଇଥିବା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି ଉତ୍ୟକ୍ତ ଗାଁ ଲୋକ ।

ସେପଟେ ଢ଼େଙ୍କାନାଳ ଜଙ୍ଗଲରେ ଲାଗିଛି ନିଆଁ । ଢେଙ୍କାନାଳ ହିନ୍ଦୋଳ ରଂଜାଗଡ ଜଙ୍ଗଲରେ ନିଆଁ । ଧୀରେ ଧୀରେ ଜଙ୍ଗଲରେ ନିଆଁ ବ୍ୟାପୁଥିବା ବେଳେ ବନବିଭାଗ ଅଧିକାରୀ ଏଯାଏ ଘଟଣା ସ୍ଥଳରେ ପହଚିଂନାହାନ୍ତି । କେମିତି ନିଆଁ ଲାଗିଲା ସେ ନେଇ ମଧ୍ୟ କିଛି ଜଣାପଡିନାହିଁ । ତେବେ ଏଥିରେ ଅନେକ ଗଛଲତା ନଷ୍ଟ ହୋଇଯାଇଛି ।