ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତେଜନା! କ୍ଷତିପୂରଣ ଦାବିରେ ମୃତଦେହ ରଖି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

19

କନକ ବ୍ୟୁରୋ: ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତେଜନା । କ୍ଷତିପୂରଣ ଦାବିରେ ମୃତଦେହ ରଖି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଫଳରେ ଯାଜପୁର–ଭବାନୀପାଟଣା ଜାତୀୟ ରାଜପଥ କଡରେ ଅଟକି ରହିଛି ବସଟ୍ରକ । ଗତ ୧୯ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଇଲେକ୍ଟ୍ରିସିଆନ ଲଳିତ ମାଝୀ । ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି ।