ମାଲାକାନଗିରିରେ ପୁଣି ଲାଲବାହିନୀ ଆତଙ୍କ । ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ୨୫ରୁ ୩୦ ଯୁବକଯୁବତୀ । ସହଯୋଗ ନକଲେ ନିସ୍ତୁକ ମାଡ ମରାଯାଉଥିବା ଅଭିଯୋଗ

55

କନକ ବ୍ୟୁରୋ: ମାଓବାଦୀଙ୍କ ଭୟରେ ଯୁବକ ଯୁବତୀ ଶୂନ୍ୟ ହେଲା ଗାଁ । ମାଲକାନଗିରିର ମାଓ ଅଧ୍ୟୁଷିତ ଅଂଚଳରେ ଏବେ ମାଓବାଦୀଙ୍କ ଅତ୍ୟାଚାର ବଢିବାରେ ଲାଗିିଛି । ମାଓ ଉପଦ୍ରୃତ ତୁଳସୀଗାଁର ୨୫ରୁ ୩୦ ଜଣ ଯୁବକ ଯୁବତୀ ଘର ଛାଡିଛନ୍ତି । ସେମାନେ ମାଥିଲି ଓ ଏହାର ଆଖପାଖ ଅଂଚଳରେ ଆଶ୍ରୟ ନେଇଥିବା ସୂଚନା ମିଳିଛି ।

ତୁଳସୀ ଗାଁ ଛାଡିଥିବା ଯୁବକ ଯୁବତୀଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି । ଯୁବକ ଯୁବତୀଙ୍କୁ ସଂଗଠନରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି ମାଓବାଦୀ । ଏଥିରେ ଅମଙ୍ଗ ହେଲେ ଯୁବକ ଯୁବତୀଙ୍କ ଉପରେ ନକ୍ସଲ ଅତ୍ୟାଚାର କରୁଛନ୍ତି । ସେହିପରି ମାଓବାଦୀଙ୍କୁ ସହଯୋଗ ନକଲେ ନିସ୍ତୁକ ମାଡ ମରାଯାଉଥିବା ଅଭିଯୋଗ ହୋଇଛି ।

ସେପଟେ ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ଲାଲ ତାଣ୍ଡବ । ନକ୍ସଲ ବିଛାଇଥିବା ଆଇଡି ବିସ୍ଫୋରଣରେ ଜଣେ ଆଦିବାସୀ ଯୁବକଙ୍କର ମୃତ୍ୟୁ ହୋଇଛି । ସୁକୁମାରେ ମାଓବାଦୀ ବହୁ ବିସ୍ଫୋରଣ କରୁଥିବାରୁ ଅଂଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି । ନକ୍ସଲଙ୍କୁ ସହଯୋଗ କରୁନଥିବା ଲୋକଙ୍କୁ ମାଓବାଦୀମାନେ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।