କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଥାନା ଦହିଜଙ୍ଗ ଗାଁରେ ମଠ ଭଙ୍ଗାରୁଜା କଲେ ଗ୍ରାମବାସୀ । ସଲିଳ ସ୍ୱାଇଁ ନାମକ ଜଣେ ଆତ୍ମଘୋଷିତ ବାବାଙ୍କ ବେଆଇନ ମଠ ନିର୍ମାଣକୁ ବିରୋଧ କରି ଭଙ୍ଗାରୁଜା କରିଛନ୍ତି ଗାଁ ଲୋକେ । ବିଲକୁ ଯିବା ଆସିବା ରାସ୍ତାରେ ମଠ ନିର୍ମାଣ କରୁଥିବାରୁ ଗାଁ ଲୋକେ ଏହାକୁ ବିରୋଧ କରୁଥିଲେ ।

କିନ୍ତୁ ଏହାକୁ ବେଖାତିର କରି ବାବା ଜଣକ ମଠ ନିର୍ମାଣ କରିବାରୁ ଗ୍ରାମବାସୀ ଭଙ୍ଗାରୁଜା କରିଛନ୍ତି । ମଠ ଭାଙ୍ଗିବା ପରେ ସେଠାରୁ ବହୁ ଆପତିଜନକ ସାମଗ୍ରୀ ମିଳିଛି । ତେବେ ଉତ୍ୟକ୍ତ ଲୋକଙ୍କ କବଳରୁ ଖସିଯାଇ ନିଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆତ୍ମଘୋଷିତ ବାବା ସଲିଳ ସ୍ୱାଇଁ ।