୭୨ ବର୍ଷ ହେଲା ଗୁହାରି ଶୁଣୁନି ପ୍ରଶାସନ : ରାୟଗଡା କଲ୍ୟାଣସିଂପୁର ଅଞ୍ଚଳର ଦୁଇଟି ଗାଁ ଲୋକ ନିର୍ମାଣ କଲେ କାଠ ପୋଲ

128

କନକ ବ୍ୟୁରୋ : କାଠ ଝୁଲା ପୋଲ ନିର୍ମାଣ କଲେ ଗାଁଲୋକ । ୭୦ ବର୍ଷ ହେବ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଗତ ୩ବର୍ଷ ହେବ ସେମାନେ ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କରି ଯାତାୟତ କରୁଥିଲେ । ଶେଷରେ ଅନ୍ୟଉପାୟ ପକାଇ ୭୦ ଗାଁର ଲୋକ ତିଆରି କଲେ କାଠ ଝୁଲା ପୋଲ ।

ପୋଲ କରିବାରେ ବିଫଳ ହେଲା ପ୍ରଶାସନ । ଯାହା କରିପାରିନି ପ୍ରଶାସନ ତାହା କରି ଦେଖାଇଛନ୍ତି ଗ୍ରାମବାସୀ । ବର୍ଷା ଦିନରେ ନଦୀରେ ପାଣି ଆସିଲେ କାଠ ପୋଲ ଭାସିଯାଏ । ନୂଆ ପୋଲ ତିଆରି ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । କିନ୍ତୁ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲାନାହିଁ । ଦୁଇ ଗାଁଲୋକଙ୍କ ନିଜସ୍ୱ ଜ୍ଞାନ କୌଶଳରେ କାଠ ପୋଲ ବଦଳରେ କାଠ ଝୁଲା ପୋଲ ତିଆରି କରିଛନ୍ତି । ଏହି କାଠ ଝୁଲା ପୋଲି ତିଆରି କରିବା ପାଇଁ ବିଦ୍ୟୁତ ତାର ଏବଂ ଖୁଂଟ ସାହାଯ୍ୟରେ ବାଲି ପଠାରେ ପୋତି କାଠକୁ କାଠ ଛନ୍ଦି ପୋଲ ନିର୍ମାଣ କରିଛନ୍ତି । ଏହି ପୋଲର ଲମ୍ବ ପ୍ରାୟ ୪୦ରୁ ୫୦ ଫୁଟ । ନଦୀ ଗର୍ଭରୁ ଉଚ୍ଚତା ପ୍ରାୟ ୧୨ ଫୁଟ ।

ସୂଚନା ଅନୁସାରେ ୨୦୧୭ ମସିହାରେ ପୋଲ ଭାସି ଯାଇଥିବା କାରଣରୁ ଗର୍ଭବତୀ ମହିଳାଙ୍କୁ ପାଣିରେ ବୋହି ଡ଼ାକ୍ତରଖାନା ଆଣିଥିଲେ ଗାଁଲୋକ । ଏହି ଘଟଣା ପରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏକ ବିଜୁ ସେତୁ ନିର୍ମାଣ କରିବା ପାଇଁ ପ୍ରତିଶୃତି କରିଥିଲେ । ହେଲେ କେହି ପ୍ରତିଶୃତି ପାଳନ କରିନଥିଲେ ।