ଅସହାୟକୁ ବଂଚାଇବାକୁ ଯାଇ ପୁଲିସ ହେଲେ ହଟହଟ୍ଟା ! ମାଡମାରିବା ସହ ଗାଡି ଭଙ୍ଗାରୁଜା କଲେ ଗାଁଲୋକେ

26

କନକ ବ୍ୟୁରୋ : ପୁଲିସ ଉପରକୁ ଗ୍ରାମବାସୀଙ୍କ ଆକ୍ରମଣ । ପୁଲିସ ଗାଡି ଭଙ୍ଗାରୁଜା ମଧ୍ୟ ହୋଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି ଉମରକୋଟ ଥାନା ବକଡାବେଡା ଗ୍ରାମବାସୀ । ଗାଁର ପାବର୍ତୀ ଭଦ୍ରା ନାମକ ଜଣେ ମହିଳାଙ୍କର ପିଲାଛୁଆ ନହେବାରୁ ତାଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ କିଛି ଲୋକେ ।

ତେବେ ଖବର ପାଇ ଉମରକୋଟ ଆଇଆଇସି ଓ ମହିଳା ପୁଲିସ ଟିମ୍ ବକଡାବେଡା ଗାଁକୁ ଯାଇ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ପୁଲିସ ଫେରିବା ସମୟରେ ସେହି ଗାଁର ୬୦ରୁ ଅଧିକ ଲୋକ ପୁଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଗ୍ରାମବାସୀଙ୍କ ଆକ୍ରମଣରେ ପୁଲିସ ଗାଡି ଭାଙ୍ଗିଯାଇଥିବାବେଳେ ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀ ଆହତ ହୋଇଛନ୍ତି ।ଏନେଇ ଉମରକୋଟ ଥାନାରେ ଏକ ମାମଲା ରୁଜୁ ହୋଇଛି ।ସେପଟେ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –