ଆଇନକୁ ହାତକୁ ନେଲେ ଉତ୍ୟକ୍ତ ଲୋକ । ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଗ୍ରାମବାସୀ

781

କନକ ବ୍ୟୁରୋ: ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଳା ବାମେବାରୀ ଥାନା ଦବୁନା ଅଂଚଳରେ । ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଧରିବା ପରେ ପ୍ରଥମେ ଗଛରେ ବାନ୍ଧି ପକାଇଥିଲେ ଉତ୍ୟକ୍ତ ଗ୍ରାମବାସୀ । ତାପରେ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବାପା ମାଆ ଜଙ୍ଗଲକୁ କାଠପତ୍ର ସଂଗ୍ରହ କରିବାକୁ ଯାଇଥିବାବେଳେ ଅଭିଯୁକ୍ତ ଗଣେଶ ପିଙ୍ଗୁଆ ଭିନ୍ନକ୍ଷମ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିିଥିଲା । ପୀଡିତାର ମାଆ ଘରକୁ ଫେରି ଏହା ଜାଣିବା ପରେ ସମ୍ପର୍କୀୟଙ୍କୁ ଏନେଇ ଜଣାଇଥିଲେ । ତାପରେ ସମ୍ପର୍କୀୟଙ୍କ ସହ ଗ୍ରାମବାସୀମାନେ ଅଭିଯୁକ୍ତ ଯୁବକକୁ ଧରି ବାନ୍ଧି ପକାଇ ନିସ୍ତୁକ ମାଡ ମାରିଥିଲେ ।

ଏପରିକି ତାଙ୍କୁ ଲହୁଲୁହାଣ କରିପକାଇଥିବାବେଳେ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲା । ହେଲେ ଯୋଡା ଟିସ୍କୋ ଡାକ୍ତରଖାନାରେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା । ଆଇନକୁ ହାତକୁ ନେଇଥିବାରୁ ପୀଡିତାଙ୍କ ବାପାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ।