ଖଣି ଅଂଚଳରେ ନାହିଁ ନାହିଁର ଗାଁ : ମୌଳିକ ସୁବିଧାରୁ ବଂଚିତ ଯୋଡା ବ୍ଲକ ମାଙ୍କଟହାଂଟି ଗାଁ

37

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ରୋଇଡା ପଂଚାୟତର ମାଙ୍କଟ ହାଂଟି । ଯୋଡା ପୌରପାଳିକାରୁ ଏହି ଗାଁକୁ ଯିବାକୁ ହେଲେ ୫କିଲୋମିଟର ପାଦରେ ଚାଲିବାକୁ ପଡେ । ସେ ପୁଣି ବଣ ପାହାଡ ରାସ୍ତାରେ । ଏ ତ ଗଲା ରାସ୍ତା କଥା ପାଣି ପାଇଁ ଗ୍ରାମବାସୀ ୩କିଲୋମିଟର ଦୂରରେ ଥିବା ସୁନାନଦୀ ଉପରେ ନିର୍ଭର କରିନ୍ତି । ଗାଁରେ ନା ଅଛି ରାସ୍ତା ନା ପିଇବା ପାଣି । ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ସେବା କଥା ଛାଡନ୍ତୁ । ବିଦ୍ୟୁତ ସଂଯୋଗ ନଥିବାରୁ ସଂଜ ହେଲେ ହାତୀ ଭୟରେ ଏଠି ତାଟି କବାଟ ପଡେ ।

ମାଙ୍କଡ ହାଂଟିରେ ରହୁଛିବା ୭୦ରୁ ଅଧିକ ଆଦିବାସୀ ପରିବାର ନିକଟସ୍ଥ ଖଣି ଖାଦାନରେ କାମ କରି ପେଟ ପୋଷନ୍ତି । ଗାଁ ସମସ୍ୟା ନେଇ ବାରମ୍ବାର ପ୍ରସାଶାନକୁ ଅବଗତ କରି ନିରାଶ ହେଉଥିବା କ୍ଷୋଭର ସହ କହିଛନ୍ତି । କୋଟି କୋଟି ଟଙ୍କା ଡିଏମଏଫ୍ ଫଣ୍ଡରେ ପଡି ରହିଥିବା ବେଳେ, ଖଣି ପ୍ରଭାବିତଙ୍କ ପାଇଁ କାହିଁକି ଖର୍ଚ୍ଚ ହେଉ ନାହିଁ ବୋଲି ପ୍ରଶ୍ନ ହେଉଛି । ମାଙ୍କଡହାଂଟିର ସମସ୍ୟା ଜାଣିବା ପରେ ଲୋକଙ୍କ ଉନ୍ନତି ପାଇଁ ଦୃଷ୍ଟି ଦେବେ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକ ।

ଖଣି ଅଂଚଳରୁ ଆଦାୟ ହେଉଛି କୋଟି କୋଟି ଟଙ୍କାର ଟିକସ । ଏପରିକି,କୋଟି କୋଟି ଟଙ୍କାର ଡିଏମଏଫ ଟଙ୍କା ମଧ୍ୟ ପଡି ରହିଛି । ହେଲେ, ଖଣି ପ୍ରଭାବିତଙ୍କ ଦୁଃଖ ସରୁନି ।