ସହରକୁ ଆସିବନି କ୍ଷୀର, ପନିପରିବା, ୧ରୁ ୧୦ ଜୁନ ପର୍ଯ୍ୟନ୍ତ ଗାଁ ବନ୍ଦ ଡାକରା ଦେଲେ କୃଷକ! ଜାଣନ୍ତୁ କେଉଁ କେଉଁ ରାଜ୍ୟ ହେବ ପ୍ରଭାବିତ

56

୧ ଜୁନରୁ ୧୦ ଜୁନ ପର୍ଯ୍ୟନ୍ତ ଗାଁକୁ ସିଲ କରିବେ କୃଷକ । ଏପରିକି ଏହି ସମୟ ମଧ୍ୟରେ ଗାଁରୁ କୌଣସି କୃଷିଜାତ ଦ୍ରବ୍ୟ ଯେପରିକି ପନିପରିବା, ଫଳ,କ୍ଷୀର ସହରକୁ ନ ପଠାଇବାକୁ ଘୋଷଣା କରିଛନ୍ତି କୃଷକ ସଂଗଠନ । ଏନେଇ ଚଣ୍ଡିଗଡରେ ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶର କୃଷକ ନେତା ମାନେ ଏକାଠି ହୋଇଥିଲେ । ଯେଉଁଥିରେ ଜୁନ ୧ରୁ ଜୁନ ୧୦ ପର୍ଯ୍ୟନ୍ତ ଗାଁରୁ କୌଣସି ସାମଗ୍ରୀ ସହରକୁ ନ ପଠାଇବା ପାଇଁ ନିଷ୍ପତି ନିଆଯାଇଛି । ଏପରିକି ଏହି ସମୟରେ ଗାଁ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦିଆଯିବ । ଏହାସହ ଚାଷୀ ଓ ତାଙ୍କ ପରିବାରର ମାନଙ୍କୁ ମଧ୍ୟ ଏହି ସମୟରେ ସହରକୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି । ଏହାକୁ ସରକାରଙ୍କ ବିରୋଧରେ ଏକ ଆନ୍ଦୋଳନର ରୂପ ଦେବାକୁ ଚେଷ୍ଟା କରୁଛନ୍ତି କୃଷକ ସଂଗଠନ ।


କୃଷକ ସଙ୍ଗଠନ ଗୁଡ଼ିକର କହିବା ଅନୁଯାୟୀ,ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସରକାର ସ୍ୱାମୀନାଥନ ରିପୋର୍ଟ ଲାଗୁ କରୁନାହାନ୍ତି । ଏନେଇ କୃଷକ ମାନେ ବାରମ୍ବାର ଦାବି କରି ଆସୁଛନ୍ତି । କିନ୍ତୁ ସରକାର କୃଷକଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ଏପରିକି କୃଷକଙ୍କ ଆୟକୁ ଦୁଇଗଣ କରିବାକୁ ମୋଦି ସରକାର ଯେଉଁ ପ୍ରତିିଶୃତି ତାହା ପାଳନ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ମୋଦି ସରକାର କୃଷକଙ୍କ ପାଇଁ କିଛି କରିନାହାନ୍ତି ତେଣୁ ଏହି ଆନ୍ଦୋଳନର ଡାକରା ଦେଉଛନ୍ତି ବିଭିନ୍ନ କୃଷକ ସଂଗଠନ ।

ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ କୃଷକ ସଂଗଠନ ଗୁଡ଼ିକ ସୋସିଆଲ ମିଡ଼ିଆର ସହାୟତା ନେଇଛନ୍ତି । ସୋସିଆଲ ମିଡ଼ିଆରେ ୰ଠସକ୍ଷକ୍ଷବଶରଝଷଙ୍କଗ୍ଧଊକ୍ଟଙ୍ଗଦ୍ଭ ନାମରେ ଏକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି କୃଷକ ସଙ୍ଗଠନ । କୃଷକ ମାନେ ମଧ୍ୟ ଏହାକୁ ବିପୁଳ ମାତ୍ରାରେ ସମର୍ଥନ କରିବେ ବୋଲି କୃଷକ ସଂଗଠନ ଗୁଡ଼ିକ ଆଶା ବାନ୍ଧି ବସିଛନ୍ତି । ଯଦି ଏଭଳି ଆନ୍ଦୋଳନ ହୁଏ ତେବେ ସହରରେ ଖାଦ୍ୟ ସଙ୍କଟ ଦେଖାଦେବା ସୁନିଶ୍ଚିତ । ଏଭଳି କରି ସରକାରଙ୍କ ଉପରେ ଚାପ ପକାଇବାକୁ କୃଷକ ସଂଗଠନ ଗୁଡ଼ିକ ଉଦ୍ୟମ କରୁଛନ୍ତି ।