ଭାରତର ବୀର ଯବାନ ବିକ୍ରମ ବତ୍ରା ସାଜିଥିଲେ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ! କିଛି ଏଭଳି ଭାବରେ ଲଢି ଦେଶ ପାଇଁ ହୋଇଥିଲେ ସହିଦ୍, ଆଜି ଝୁରୁଛି ସାରା ଦେଶ ।

100

ଆଜିଠୁ ୧୯ ବର୍ଷ ପୂର୍ବେ ଭାରତୀୟ ସେନାର ଜଣେ ଯବାନ ନିଜ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ଦେଇଥିଲେ, ଯାହାଙ୍କର ନାମ ହେଉଛି କ୍ୟାପଟେନ୍ ବିକ୍ରମ ବତ୍ରା । ବିକ୍ରମ ବତ୍ରା କାରଗିଲ ଯୁଦ୍ଧରେ ଅଦ୍ଭୁତପୂର୍ଣ୍ଣ ବୀରତାର ପରିଚୟ ଦେଇ ସହିଦ ହୋଇଯାଇଥିଲେ । ଏହାପରେ ତାଙ୍କୁ ଭାରତର ବୀରତା ସମ୍ମାନ ପରମବୀର ଚଳ୍ରର ସମ୍ମାନିତ କରାଯାଇଥିଲା । ତାଙ୍କ ପୂଣ୍ୟତିଥିରେ ଆସନ୍ତୁ ଜାଣିବା ତାଙ୍କର ବୀରତାର କିଛି କାହାଣୀ ଯାହାକୁ ଆଜି ମଧ୍ୟ ସାରା ଦେଶ ମନେ ରଖିଛି ।

୧୯୯୯ ମସିହା ଜୁନ ମାସ ୧୯ ତାରିଖରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଲିଡରସିପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇଥିଲା । ଏବଂ ସେହି ବର୍ଷ ଜୁଲାଇ ମାସ ୭ ତାରିଖରେ ତାଙ୍କର ମୃତ୍ୟୁ ନିଜର ଜଣେ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ହୋଇଥିଲା । ଏହି ଅଫିସରଙ୍କୁ ବଞ୍ଚାଇବା ବେଳେ ବିକ୍ରମ କହିଥିଲେ ତୁମ୍ ହଟ୍ ଯାଓ, ତୁମହାରେ ବିବି-ବଚେ ହେଁ । ତେବେ ସବୁବେଳେ ନିଜ ମିଶନରେ ସଫଳତା ପାଇବା ପରେ କ୍ୟାପଟେନ୍ ବିକ୍ରମ ବତ୍ରା ଜୋରରେ ଚିଲାଇଥାନ୍ତି । ତାଙ୍କ ସାଥୀ ନବୀନ, ଯିଏକି ବଙ୍କରରେ ତାଙ୍କ ସହ ଥିଲେ, ସିଏ କହିଛନ୍ତି ଯେ, ହଠାତ ଏକ ବମ୍ ଆସି ତାଙ୍କ ପାଦ ପାଖରେ ଫାଟିଥିଲା । ନବୀନ ସମ୍ପୂର୍ଣ୍ଣ ଭାବରେ ଆହତ ହୋଇଯାଇଥିଲେ । କିନ୍ତୁ ବିକ୍ରମ ବତ୍ରା ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ହଟାଇଥିଲେ । ଆଉ ଯେଉଁଥିପାଇଁ ତାଙ୍କ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ଏହା ପରେ ଘଟିଥିଲା ଅତି ହୃଦୟ ବିଦାରକ ଘଟଣା । ଆଉ ଜଣେ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ସହିଦ ହୋଇଯାଇଥିଲେ କ୍ୟାପଟେନ୍ ବିକ୍ରମ ବତ୍ରା ।

କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ସାହସିକତାର କାହାଣୀ ନା କେବଳ ଭାରତ ମନେ ରଖିଛି ବରଂ ପାକିସ୍ତାନରେ ମଧ୍ୟ ବିକ୍ରମ ଅତ୍ୟନ୍ତ ପପୁଲାର ଅଟନ୍ତି । ଗୋଟିଏ ସମୟରେ ବିକ୍ରମ ମଧ୍ୟ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ । ବିକ୍ରମ ବତ୍ରାଙ୍କର ୧୩ ଜାକ୍ ରାଇଫଲ୍ସରେ ୧୯୯୭ ମସିହା ଡିସେମ୍ବର ୬ ତାରିଖରେ ଲେଫ୍ଟନେଣ୍ଟ ପୋଷ୍ଟରେ ପୋଷ୍ଟିଂ ହୋଇଥିଲା । ତେବେ ଦୁଇବର୍ଷ ମଧ୍ୟରେ ହିଁ ସେ କ୍ୟାପଟେନ୍ ହୋଇଯାଇଥିଲେ । ଆଉ ସେହି ସମୟରେ କାରଗିଲ୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ବିକ୍ରମ ସହିଦ ହୋଇଗଲେ ସତ କିନ୍ତୁ ଯେତେ ପର୍ଯ୍ୟନ୍ତ ବଞ୍ଚିଥିଲେ ନିଜ ସାଥୀ ଅଫିସରଙ୍କ ଜୀବନ ବଞ୍ଚାଇଥିଲେ । ଯେଉଁଥିପାଇଁ ଆଜି ସାରା ଦେଶ ତାଙ୍କୁ ମନେ ରଖିଛି ଆଉ ସେ ଦେଶ ପାଇଁ ଅମର ହୋଇ ରହିଛନ୍ତି ।