ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ଆଣିଛି ନୂଆ ସୁବିଧା ‘VIKALP’ : ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର

41

ଯାତ୍ରୀଙ୍କୁ କନଫର୍ମ ବର୍ଥ ସୁବିଧା କରାଇବା ଚେଷ୍ଟାରେ ଭାରତୀୟ ରେଳ ଆଉ ଏକ ସୁବିଧା ନେଇକି ଆସିଛି । ‘ବିକଳ୍ପ’ ନାମରେ ଏହି ସୁବିଧା ଏବେ ପର୍ଯ୍ୟନ୍ତ କିଛି ଟ୍ରେନ ଗୁଡିକରେ ଲାଗୁ ହୋଇଥିଲା, କିନ୍ତୁ ଏବେ ଏବେ ଏହି ସୁବିଧା ସବୁ ଟ୍ରେନରେ ମିଳିବ । ଏହି ସ୍କିମ ଅଧିନରେ ଯାତ୍ରୀ ନିଜ ଟ୍ରେନ ବ୍ୟତୀତ ଅନ୍ୟ ୫ଟି ଟ୍ରେନରେ ବିକଳ୍ପ ରୂପରେ ବାଛି ପାରିବେ । ଏହି ସ୍କିମରେ ଯାତ୍ରୀଙ୍କୁ ବହୁତ ଫାଇଦା ପହଂଚିବାର ଆଶା ଅଛି । ଅଧିକାଂଶ ସମୟରେ ଜେନେରାଲ ଏବଂ ତତ୍କାଳ ଟିକେଟ ପରେ ବି କନଫର୍ମ ଟିକେଟ ମିଳେନି, ଏମିତିରେ ଯାତ୍ରୀ ଏହି ସୁବିଧା ପାଇପାରିବେ ।

ବିକଳ୍ପ ଟ୍ରେନରେ ମିଳିବ ଟିକେଟ : ଏବେ ଯାତ୍ରୀଙ୍କୁ ଟ୍ରେନଗୁଡିକରେ କନଫର୍ମ ଟିକେଟ ମିଳିବା ସହଜ ହେବ । ଭାରତୀୟ ରେଳବାଇ ଆଣିଛି ଏକ ନୂଆ ସୁବିଧା ‘ବିକଳ୍ପ’ । ଏହି ସୁବିଧା ଅଧିନରେ ଯାତ୍ରୀ ନିଜ ଟ୍ରେନ ବ୍ୟତୀତ ଅନ୍ୟ ୫ଟି ଟ୍ରେନରେ ବିକଳ୍ପ ରୂପରେ ବାଛି ପାରିବେ, ଯେଉଁଥିରେ ସେମାନେ ଯାତ୍ରା କରିବାକୁ ଚାହାଁନ୍ତି । ଏହାର ଅର୍ଥ ଯାତ୍ରୀଙ୍କ ଟିକେଟ କନଫର୍ମ ନହେଲେ ଅନ୍ୟ ୫ଟି ଟ୍ରେନରେ ଯେଉଁଥିରେ ବି ସିଟ ଖାଲି ଥିବ, ସେଥିରେ କନଫର୍ମ ବର୍ଥ ଦିଆଯିବ । କୈାଣସି ଟ୍ରେନରେ ସିଟ ଖାଲି ନଥିଲେ, ଯାତ୍ରୀଙ୍କୁ ଟିକେଟ ମିଳିବନି ।

ଏହି ସୁବିଧା ଅଧିନରେ ଯାତୀଙ୍କୁ ଅତିରିକ୍ତ ଶୁକ୍ଳ ଦେବାକୁ ପଡିବନି । ଯାତ୍ରୀଙ୍କୁ ଟିକେଟ ଶୁକ୍ଳରେ ହିଁ ଅନ୍ୟ ଟ୍ରେନରେ ଟିକେଟ ମିଳିବ । ଯାତ୍ରୀଙ୍କ ପିଏନଆର ନମ୍ବର ବି ସମାନ ରହିବ । ଏହି ସ୍କିମରେ ବୋଡିଙ୍ଗ ଏବଂ ଟର୍ମିନେସନ ଷ୍ଟେସନରେ ପରିବର୍ତ୍ତନ ହୋଇପାରେ । ଯାତ୍ରୀ ଟ୍ରେନର ପ୍ରସ୍ଥାନ ଠାରୁ ୨୪ ଘଣ୍ଟା ପୂର୍ବରୁ ବିକଳ୍ପ ଟ୍ରେନର ଲିଷ୍ଟ ଅପଡେଟ କରିପାରିବେ । ଏହି ସ୍କିମ ସମସ୍ତ ଟ୍ରେନରେ ଲାଗୁ ଅଛି ଏବଂ ଯେକୈାଣସି କୋଟା ଅଧିନରେ ଟିକେଟ ବୁକ କରାଯାଇପାରିବ । ଏହି ସ୍କିମ ପରେ ଯାତ୍ରୀ ନିଜର ପିଏନଆର ଷ୍ଟାଟସ ଚେକ କରନ୍ତି । ଯାତ୍ରୀ ଏହି ବିଷୟରେ ଅଧିକ ସୂଚନା ପାଇବା ପାଇଁ ହେଲ୍ପଲାଇନ ନମ୍ବର ୧୩୯ର ସହାୟତା ନେଇପାରିବେ କିମ୍ବା କାଉଂଟରରୁ ଜାଣିପାରିବେ ।