ପ୍ରୋ-ବକ୍ସିଂରେ ଚୀନ ବକ୍ସର ଜୁଲପିକରଙ୍କୁ ଚିତ୍ କଲେ ବିଜେନ୍ଦର ସିଂ ! ହାତେଇଲେ ଏକାଥରେ ଦୁଇଟି ମିଡିଲ ୱେଟ୍ ଟାଇଟଲ୍

67

କନକ ବ୍ୟୁରୋ: କଥା ରଖିଲେ ବିଜେନ୍ଦର । ଚୀନ୍ ପ୍ରତିପକ୍ଷଙ୍କୁ କଲେ ଚିତ୍ । ବକ୍ସିଂ ରିଙ୍ଗରେ ଭାରତ ଠାରୁ ମାତ୍ ଖାଇଛି ଚୀନ୍ । ପ୍ରୋ-ବକ୍ସିଂ ମୁକାବିଲାରେ ଚାଇନିଜ୍ ବକ୍ସରଙ୍କୁ ହରାଇଛନ୍ତି ଭାରତୀୟ ବକ୍ସର ବିଜେନ୍ଦର ସିଂ । ଚୀନ୍ ବକ୍ସର ଜୁଲପିକର ମୈମୈତିୟାଲୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ବିଜେନ୍ଦର ।

ସୁପର ମିଡିଲୱେଟ୍ କ୍ୟାଟେଗୋରୀରେ ମୈମୈତିୟାଲୀଙ୍କୁ ୯୬-୯୩, ୯୫-୯୪, ୯୫-୯୪ରେ ହରାଇଥିଲେ ବିଜେନ୍ଦର । ୧୦ ରାଉଣ୍ଡର ଏହି ବାଉଟରେ ସର୍ବସମ୍ମତ ଭାବେ ବିଜେତା ଘୋଷିତ ହୋଇଥିଲେ ଭାରତର ଷ୍ଟାର ବକ୍ସର ବିଜେନ୍ଦର ସିଂହ । ଆଉ ୨୩ ବର୍ଷରୁ ଡବ୍ଲୁବିଓ ଓରିଏଂଟାଲ ସୁପର ମିଡିଲୱେଟ୍ ଚାମ୍ପିଅନ୍ ହୋଇ ଆସୁଥିବା ଜୁଲପିକର ମୈମୈତିୟାଲୀଙ୍କୁ ଦେଇଥିଲେ ଜୋରଦାର ଝଟକା ।

ପୂର୍ବରୁ ଚାଇନିଜ୍ ବକ୍ସର ମୈମୈତିୟାଲୀଙ୍କୁ ହରାଇବେ ବୋଲି ସେ ଦୃଢୋକ୍ତି କରିଥିଲେ । ଏପରିକି ତାଙ୍କୁ ବ୍ୟଙ୍ଗ କରି ଚାଇନା ମାଲ୍ ଅଧିକ ସମୟ ତିଷ୍ଠିବ ନାହିଁ ବୋଲି କହିଥିଲେ । ଏବେ ଟାଇଟଲ୍ ଜିତିବା ପରେ ଏହାକୁ ସେ ମୈମୈତିୟାଲିଙ୍କୁ ଫେରାଇ ଦେବେ ବୋଲି କହିଛନ୍ତି ବିଜେନ୍ଦର୍ । ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ସୀମାରେ ଉତେଜନାକୁ ଦେଖି ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ସେ ଏଭଳି କହିଛନ୍ତି ।